ଦୁର୍ଘଟଣା ରୋକିବାକୁ ୨୪ ଘଣ୍ଟିଆ ପୋଲିସ ପେଟ୍ରୋଲିଂ କରାଯିବ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପୁଲିସ ବିଭାଗକୁ ୧୦ କୋଟି ଟଙ୍କା ଅର୍ଥ ପ୍ରଦାନ କରାଯାଇଛି। ଏହି ଅର୍ଥକୁ ପୋଲିସର ମାନବ ସମ୍ବଳ ବିକାଶ, ଦ୍ରୁତ ଗାଡ଼ି ଚାଳନା ରୋକିବା ଏବଂ ଟ୍ରାଫିକ ପରିଚାଳନା ଇତ୍ୟାଦି ବାବଦରେ ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଥିବା କ୍ରାଇମବ୍ରାଞ୍ଚରେ ଆୟୋଜିତ ‘ଇ-ଚାଲାଣ’ ଯୋଗାଣ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ଅବସରରେ ୩୨ ପୁଲିସ ଜିଲ୍ଲାକୁ ପ୍ରଥମ ପର୍ୟ୍ୟାୟରେ ୫୦ଟି ‘ଇ-ଚାଲାଣ’ ମେସିନ୍ ପ୍ରଦାନ କରାଯାଇଛି।
ରାଜ୍ୟରେ ଟ୍ରାଫିକ ନିୟମ ଖିଲାପ କରୁଥିବା ଗାଡ଼ି ଚାଳକଙ୍କ ନିକଟରୁ ଜରିମାନା ରାଶୀ ‘ଇ-ଚାଲାଣ’ ମେସିନ୍ ମାଧ୍ୟମରେ ଗତ ଡିସେମ୍ବର ୬ ତାରିଖରେ ଆରମ୍ଭ କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ଓଡ଼ିଶାର ୩୫ଟି ଆର୍ଟିଓ କାର୍ୟ୍ୟାଳୟର ୧୯୪ ଜଣ ଆର୍ଟିଓର ଏନଫୋର୍ସମେଣ୍ଟ ଅଫିସରଙ୍କୁ ଗୋଟିଏ ଲେଖାଏ ମେସିନ୍ ଏଚଡିଏଫସି ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା।
ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପୁଲିସ ବିଭାଗକୁ ୧୦ କୋଟିର ଅର୍ଥ ପ୍ରଦାନ କରାଯାଇଥିଲା। ଏହି ଅର୍ଥରେ ପେଟ୍ରୋଲିଂ ପାଇଁ ପିସିଆର୍ ଭ୍ୟାନର ତେଲ ଖର୍ଚ୍ଚ, ରୋଡ ବ୍ଲକ ସମୟରେ ଆବଶ୍ୟକ ପର୍ୟ୍ୟାପ୍ତ ପୁଲିସ ବଳ ଏବ˚ ଅଧିକ ଗାଡ଼ି ମୁତୟନ ଇତ୍ୟାଦି ବାବଦରେ ଖର୍ଚ୍ଚ କରାଯିବ। ଖୁବ ଶୀଘ୍ର ପେଟ୍ରୋଲିଂରେ ନିୟୋଜିତ ହେବାକୁ ଥିବା ରାଜପଥ ପାର୍ଶ୍ବବର୍ତ୍ତି ଥାନାର ପୁଲିସ ଅଫିସରମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଲିମ ପ୍ରଦାନ କରାଯିବ। ତାଲିମ ଶେଷ ହେବା ପରେ ସେମାନେ ନିୟମିତ ଭାବେ ପାଟ୍ରୋଲି˚ ଆରମ୍ଭ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି।
Sign in
Sign in
Recover your password.
A password will be e-mailed to you.