ନ୍ୟୁଜିଲ୍ୟାଣ୍ଡ ମାଟିରେ ପ୍ରଥମଥର ପାଇଁ ଟି-୨୦ ମ୍ୟାଚ୍ ଜିତି ଇତିହାସ ରଚିଥିବା ଟିମ୍ ଇଣ୍ଡିଆ ଆସନ୍ତାକାଲି ସିରିଜ୍ର ନିର୍ଣ୍ଣାୟକ ଲଢ଼େଇ ପାଇଁ ହ୍ୟାମିଲଟନ୍ର ସେଡନ୍ ପାର୍କ ମଇଦାନକୁ ଓହ୍ଲାଇବ। ଆସନ୍ତାକାଲି ଆତ୍ମବିଶ୍ୱାସଭରା ରୋହିତ ସେନା ନ୍ୟୁଜିଲ୍ୟାଣ୍ଡକୁ ତା’ରି ମାଟିରେ ପରାସ୍ତ କରି ପ୍ରଥମଥର ଟି-୨୦ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଛି।
ପୂର୍ବରୁ ଭାରତ କେବେ ହେଲେ ବି ନ୍ୟୁଜିଲ୍ୟାଣ୍ଡ ମାଟିରେ ଟି-୨୦ ସିରିଜ୍ ଜିତିନାହିଁ। ଯଦି ଆସନ୍ତାକାଲି ଟିମ୍ ଇଣ୍ଡିଆ ମ୍ୟାଚ୍କୁ ଜିତି ନିଏ, ତ’ହେଲେ ରୋହିତ ସେନାଙ୍କ ନାଁ ସବୁଦିନ ପାଇଁ ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ।
