Odia News Portal

ମାଓ କ୍ୟାମ୍ପ ଠାବ : ବହୁ ପରିମାଣର ମାଓ ସାମଗ୍ରୀ ଜବତ

ନୂଆପଡ଼ା : ଜଙ୍ଗଲରେ ମାଓକ୍ୟାମ୍ପ। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ସନ୍ତୋଷପଡ଼ା ପଣ୍ଡିରିପାଣି ଜଙ୍ଗଲରେ ଥିବା ଏକ ମାଓ କ୍ୟାମ୍ପ ଉପରେ CRPF ପକ୍ଷରୁ ଚଢାଉ କରାଯାଇଛି। ଏଠାରୁ ୨ଟି ରାଇଫଲ୍‌, ବିସ୍ଫୋରକ ସହ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ଛତିଶଗଡ଼ ସୀମାନ୍ତରେ ଥିବା ପିଣ୍ଡିରିପାଣି ଜଙ୍ଗଲରେ ମାଓକ୍ୟାମ୍ପ ଚାଲିଥିବା ଖବର ପାଇ ଚଢାଉ କରାଯାଇଥିଲା। CRPF ଯବାନମାନେ ଘଟଣାସ୍ଥଳରେ ପହଞ୍ଚି କମ୍ବିଂ ଅପରେସନ୍‌ କରିଥିଲେ। ମାଓବାଦୀମାନେ ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ। ଏବେବି ସଂପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇ କମ୍ବିଂ ଅପରେସନ୍‌ ଜାରି ରହିଛି।