Odia News Portal

ବାଣରୁ ନିଆଁ ଲାଗି ବିଜେପି ସାଂସଦଙ୍କ ନାତୁଣୀଙ୍କ ମୃତ୍ୟୁ

ପ୍ରୟାଗରାଜ()  ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଭାଜପା ଏମ୍‌ପି ରୀତା ବହୁଗୁଣା ଯୋଶୀଙ୍କ ଘରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀପାବଳି ଦିନ ରାତିରେ ରୀତାଙ୍କ ପୁଅ ମୟଙ୍କ ଯୋଶୀଙ୍କ ଛଅ ବର୍ଷର ଝିଅ କିୟାଙ୍କ ବାଣ ଯୋଗୁଁ ଜଳିଯାଇଛନ୍ତି । ବାଣ ଯୋଗୁଁ ତାଙ୍କ ଶରୀର ଗୁରୁତର ଭାବେ ପୋଡି ଯାଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଦୀପାବଳି ରାତିରେ ଝିଅଟି ଅନ୍ୟ ପିଲାମାନଙ୍କ ସହ ଖେଳିବାକୁ ଛାତକୁ ଯାଇଥିଲେ। ପିଲାଙ୍କ ସହ ଖେଳୁଥିବାବେଳେ ବାଣ ଫାଟିଯିବା କାରଣରୁ ଦୁର୍ଘଟଣା ଘଟିଥିଲା। ଝିଅଟିର ପୋଷାକରେ ନିଆଁ ଲାଗିଯିବାରୁ ତାଙ୍କ ଶରୀରର 60 ପ୍ରତିଶତ ଜଳିଯାଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଥିଲା। ଝିଅଟି ଫ୍ୟାନ୍ସି ପୋଷାକ ପିନ୍ଧିଥିବାରୁ ନିଆଁଟି ଲାଗିଯାଇଥିଲା । ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲଶ କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।