Odia News Portal

ପୁଣି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ବର()  ପୁଣି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ୧ କେଜି ୧୦୫ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି ଏସ୍‌ଟିଏଫ୍‌ର ସ୍ପେଶାଲ ଟିମ୍‌ । ବ୍ରାଉନସୁଗାର ଚୋରା କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି ।

ବାଲେଶ୍ବର ସହଦେବଖୁଣ୍ଟା ସ୍ଥିତ ହୋଟେଲ ଜ୍ୟୋତିସାଗରରୁ ଏମାନଙ୍କୁ ଏସ୍‌ଟିଏଫ୍‌ ସ୍ପେଶାଲ ଟିମ୍‌ ଗିରଫ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ସେକ୍‌ ଜମ୍ମିର, ପ୍ରଭାତ ସେଠୀ ଓ ଯଶବନ୍ତ ବାଗ୍‌ । ସେମାନଙ୍କ ନିକଟରୁ ନଗଦ ୮୫ ହଜାର ଟଙ୍କା ମଧ୍ୟ ଜବତ କରିଛି ଏସ୍‌ଟିଏଫ୍‌ର ସ୍ପେଶାଲ ଟିମ୍‌ ।