Odia News Portal

ନ୍ୟୁଜିଲାଣ୍ଡର ୩-୦ କ୍ଲିନସୁଇପ୍

ୱେଲିଂଟନ୍ : ଡେଭନ୍ କନୱେଙ୍କୁ ପ୍ରଥମ ଏବଂ ଅଲରାଉଣ୍ଡର ଡାରିଲ୍ ମିଚେଲ ତୃତୀୟ ଦିନିକିଆ ଶତକ ବଳରେ ଘରୋଇ ନୁ୍ୟଜିଲାଣ୍ଡ ପ୍ରତିପକ୍ଷ ବାଂଲାଦେଶକୁ ୧୬୪ ରନରେ ପରାସ୍ତ କରିଛି । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ୩-୦ରେ ପୋଛି ନେଇଛି । ପ୍ରଥମେ ବ୍ୟାଟିଂ କରି ନୁ୍ୟଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୩୧୮ ରନ କରିଥିବାବେଳେ ଜବାବରେ ବାଂଲାଦେଶ ୧୫୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ।

ପ୍ରଥମେ ବ୍ୟାଟିଂ କରି ନୁ୍ୟଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୨୦ ରନରେ ୪ ୱିକେଟ ହରାଇଥିଲା । ପରେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ କନୱେ ୯୫ ବଲରୁ ପ୍ରଥମ ଶତକକୁ ଅନ୍ତର୍ଭୁକ୍ତ କରି ୧୨୬ ରନ୍ (୧୭ ଚୌକା) ଓ ମିଚେଲଙ୍କ ସହ ରେକର୍ଡ ୧୫୯ ରନ୍ର ଗୁରୁତ୍ୱପୂର୍ଣର୍ ଭାଗିଦାରୀ କରିଥିଲେ । ସେହିପରି ଡାର୍ଲ ମିଚେଲ ୯୨ ବଲରୁ ଶେଷ ପର୍ଯ୍ୟନ୍ତ ୯ ଚୌକା, ୨ ଛକା ବଳରେ ୧୦୦ ରନ୍ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓପନର ମାର୍ଟିନ୍ ଗପ୍ଟିଲ (୨୬), ନିକୋଲଲ୍ସ (୧୮), ଟମ୍ ଲାଥାମ୍ (୧୮) ରନ୍ କରିଥିଲେ । ବାଂଲଦେଶ ପକ୍ଷରୁ ରୁବେଲ ହୁସେନ ସର୍ବାଧିକ ୩ ୱିକେଟ ନେଇଥିଲେ ।

ଜବାବରେ ନୁ୍ୟଜିଲାଣ୍ଡ ବୋଲର ଜିମ୍ମି ନେଶମ୍ ଓ ମ୍ୟାଟ୍ ହେନରୀଙ୍କୁ ବୁଝିବାରେ ବିଫଳ ହୋଇଥିଲା ବାଂଲଦେଶ । ନେଶମ ୫ ଓ ହେନରୀଙ୍କ ୪ ୱିକେଟ ନେଇ ବାଂଲାଦେଶର ବ୍ୟାଟିଂ ଲାଇନ୍ଅପକୁ ଧ୍ୱଂସ କରିଥିଲେ । କେବଳ ମହମମ୍ମଦୁଲ୍ଲାଙ୍କ ଅପରାଜିତ ୭୬ ରନ୍କୁ ଛାଡିଦେଲେ ସବୁ ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଥିଲେ । ଓପନର ଲିଟନ ଦାସ (୨୧), ମୁସଫିକର ରହିମ୍ (୨୧)ଙ୍କ ବାଦ୍ ଦେଲେ ଅନ୍ୟ ୮ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରିନଥିଲେ ।