ନୂଆଦିଲ୍ଲୀ() ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ସରକାର ବାଧ୍ୟ ହୋଇଥିଲେ ଏଭଳି ଅପରାଧ ନିମନ୍ତେ ଥିବା ଆଇନର ସଂଶୋଧନ ଲାଗି।
ସର୍ବାଧିକ ମୃତ୍ୟୁଦଣ୍ଡର ବ୍ୟବସ୍ଥା ବି ହୋଇଥିଲା ନ୍ୟାୟ ବ୍ୟବସ୍ଥାରେ। ହେଲେ ଏବେ ସେହି ଆଇନ କୁ ନେଇ ଦୋଷୀଙ୍କୁ ବାରମ୍ବାର ଫାଶୀ ମୁହଁରୁ କାହିଁକି ଭିଡିଆଣୁଛନ୍ତି ଡିଫେନ୍ସ ଓକିଲ ଏ.ପି.ସିଂହ ? ଏବେ ସମସ୍ତଙ୍କ ମୁହଁରେ ଏହି ଗୋଟିଏ ପ୍ରଶ୍ନ କ’ଣ ଡିଫେନ୍ସ ଓକିଲ ନିର୍ଭୟାଙ୍କ ବ୍ୟକ୍ତିଗତ ଶତ୍ରୁ? ଓକିଲ କିନ୍ତୁ ଏହା ସ୍ୱୀକାର କରିବାକୁ ନାରାଜ ଜାଣନ୍ତୁ କହୁଛନ୍ତି କ’ଣ ?
ନିର୍ଭୟାଙ୍କ ପ୍ରତି ମୋର କୌଣସି ଦୁର୍ଭାବନା ନାହିଁ, ନା ସେ ମୋର ବ୍ୟକ୍ତିଗତ ଶତ୍ରୁ । ସାଧାରଣରେ ସମସ୍ତେ ଯାହା ଚାହାଁନ୍ତି ମୁଁ ବି ସେଇଆ ଚାହେଁ। ହେଲେ ନିର୍ଭୟାଙ୍କୁ ଫାଶୀ କାଠ ମୁହଁରୁ ବାରମ୍ବାର ଯାହା ଫେରାଇ ଆଣୁଛି ତାହା ହେଉଛି ଭାରତର ମହାନ ସମ୍ବିଧାନ। ଯେଉଁ ସମ୍ବିଧାନ ଅପରାଧ ଲାଗି ସିଆରପିସିରେ ଦଣ୍ଡର ବିଧାନ କରିଛନ୍ତି ସେହି ସମ୍ବିଧାନ ହିଁ ଅପରାଧୀଙ୍କୁ ଆଇନର ଧାରା ୨୧ ଓ ୨୨ରେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିଛନ୍ତି । ଏଣୁ ଜଣେ ଓକିଲ ହିସାବରେ ସେ କେବଳ ତାଙ୍କର ବୃତ୍ତିଗତ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରୁଥିବା କହିଛନ୍ତି।