ରାଉରକେଲା: ଚଳିତବର୍ଷ ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ରେ ଅନଲାଇନ୍ ପରୀକ୍ଷା ହେବ । ଅନଲାଇନ୍ରେ କିଭଳି ପରୀକ୍ଷା ପରିଚାଳିତ ହେବ, କିଭଳି ମୂଲ୍ୟାଙ୍କନ ହେବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଏନେଇ ଏକ କମିଟି ଗଠିତ ହୋଇଛି। ଏହି କମିଟି ଆସନ୍ତା ୭ ଦିନ ଭିତରେ ସବିଶେଷ ରିପୋର୍ଟ ଦାଖଲ କରିବେ। ପରେ ପରୀକ୍ଷାର ନୂତନ କାର୍ଯ୍ୟସୂଚୀ ନେଇ ବିଜ୍ଞପ୍ତି ପ୍ରକାଶ କରାଯିବବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି। ଅନଲାଇନ୍ରେ ପରୀକ୍ଷା ହେବାକୁ ଥିବାରୁ ଛାତ୍ରଛାତ୍ରୀ ଏବେ ଘରମୁହାଁ ହେଲେଣି। ତେବେ ହଷ୍ଟେଲ ଛାଡ଼ି ଘରକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାବ୍ ନମୁନା ସଂଗ୍ରହ କରି କୋଭିଡ୍ ପରୀକ୍ଷା କରାଯିବ। ଏହି ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଗତକାଲି ପ୍ରାୟ ୬୫ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ୍ କରାଯାଇଥିଲା। ଆଜି ପ୍ରାୟ ୨ଶହ ଲୋକଙ୍କ ସ୍ବାବ୍ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି।