Odia News Portal

ଷ୍ଟେଜ୍‌ ଉପରେ ବେହୋସ୍‌ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ

ଷ୍ଟେଜ୍‌ ଉପରେ ବେହୋସ୍‌ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଜାତୀୟ ସଙ୍ଗୀନ ଗାନ ବେଳେ ଷ୍ଟେଜ ଉପରେ ବେହୋସ ହୋଇ ପଡ଼ିଲେ । ମହାରାଷ୍ଟ୍ରର ଅହମ୍ମଦନଗର ମହାତ୍ମାଫୁଲେ କୃଷି ବିଦ୍ୟାପୀଠର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ରକ୍ତରେ ଶର୍କରା ପରିମାଣ କମିଯିବାରୁ ସେ ଚେତା ହରାଇଥିଲେ ବୋଲି କୁହାଯାଇଛି।  ଏହାର ୧୦ ମିନିଟ୍ ପରେ ସେ ସାଷ୍ଟାଙ୍ଗ ହେବାପରେ ହସ୍ପିଟାଲ୍ ନିଆଯିବା ଆଗରୁ ତାଙ୍କୁ ମିଠା ଏବଂ ପାଣି ଦିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱସ୍ଥ୍ୟାବସ୍ଥା ସ୍ଥିର ରହିଛି। ‘ଲୋ ବ୍ଲଡ୍ ସୁଗାର୍ ଲେବଲ୍’ କାରଣରୁ ଏଭଳି ହୋଇଥିବା ପ୍ରାଥମିକ ସ୍ଥିତିରୁ ଜଣାଯାଇଛି। ସଡ଼କ ଓ ପରିବହନ, ଜଳସମ୍ପଦ ମନ୍ତ୍ରଣାଳୟ, ନଦୀ ବିକାଶ ଏବଂ ସ୍ୱଚ୍ଛ ଗଙ୍ଗା ଭଳି ଦାୟିତ୍ୱରେ ଥିବା ନୀତିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରଣାଳୟରେ ସବୁଠାରୁ ପରିଶ୍ରମୀ ମନ୍ତ୍ରୀଭାବେ ଚର୍ଚ୍ଚିତ।