କୋଣାର୍କ ମନ୍ଦିର ପ୍ରତି କୋଣସି ବିପଦ ନାହିଁ । ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି । ଆଜି ଏଠାରେ କୋଣାର୍କ ମନ୍ଦିରର ସୁରକ୍ଷା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇଥିଲା ଏଥିରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉନ୍ନୟନ କମିଶନର ଅସିତ ତି୍ରପାଠୀ ରାଜ୍ୟ ସଂସ୍କୃତି ବଭାଗର କର୍ମକର୍ତା କେନ୍ଦ୍ର ସଂସ୍କୃତି ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ମାନେ ଯୋଗଦେଇଥିଲେ । କୋଣାର୍କ ମନ୍ଦିରର ଜଗମୋହନରୁ ବାଲି ଖସିବା ଓ ପଥର ଖସିବା ନେଇ ଏକ ଆନ୍ତର୍ଜାତୀୟ ବିଶେଷଜ୍ଞ କମିଟି ଦ୍ୱାରା ତଦନ୍ତ କରିବାକୁ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । କେନ୍ଦ୍ରମନ୍ତ୍ରୀ ରାଜ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିଥିବା ଓ ଆସନ୍ତା ୩୦ଦିନ ମଧ୍ୟରେ ଏହାର ତଦନ୍ତ କାର୍ଯ୍ୟ ସାରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶର୍ମା ପ୍ରତିଶ୍ରୃତି ଦେଇଛନ୍ତି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ସିବିଆରଆଇ ର ରିପୋର୍ଟ ଅନୁଯାୟୀ କୋଣାର୍କ ମନ୍ଦିର ତାର ମାପ ଦଣ୍ଡ ଠାରୁ ଯଥେଷ୍ଟ ସୁରକ୍ଷିତ ରହିଛି । ଏତିପ୍ରତି କୋଣସି ବିପଦ ନାହିଁ । ଏହା ବ୍ୟତିତ କୋଣାର୍କ ମନ୍ଦିରରୁ ପଥର ଚୋରୀ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ କୋଣାର୍କ ମନ୍ଦିର ୟୁନେସ୍କୋ ସମ୍ପତି ହୋଇଥିବା ଦୃଷ୍ଟିରୁ ଏଠାରୁ ପଥର ବଦଳେଇବା ଆଦୌ ସମ୍ଭବ ନୁହେଁ ତାସହିତ ୧୯୯୭ ପରଠାରୁ କୋଣାର୍କ ମନ୍ଦିରରେ ଗୋଟିଏ ହେଲେ ସାଧା ପଥର ବସାଯାଇ ନାହିଁ ।
କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲାରେ ପ୍ରତ୍ନତତ୍ୱ ବିଭାଗର ମହା ନିଦେ୍ର୍ଧଶକ ଏକ ସତ୍ୟପାଠ ଦାଖଲ କରିଥିଲେ । ମାତ୍ର ହାଇକୋର୍ଟ ଏହି ସତ୍ୟପାଠକୁ ନାପସନ୍ଦ କରିବା ସହିତ ସାନି ସତ୍ୟପାଠ ଦେବାକୁ ପ୍ରତ୍ନତତ୍ୱ ବିଭାଗକୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୧୮ତାରିଖ ସୁଧା ଏହି ସତ୍ୟପାଠ ଦାଖଲ କରିବାକୁ ମଧ୍ୟ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.