Odia News Portal

ଏଣିକି ସାଂସଦଙ୍କୁ ମିଳିବନି ସବସିଡି ଖାଦ୍ୟ

ନୂଆଦିଲ୍ଲୀ() ସଂସଦର କ୍ୟାଣ୍ଟିନ୍ରେ ସାଂସଦଙ୍କୁ ମିଳିବନି ସବସିଡି ଯୁକ୍ତ ଖାଦ୍ୟ। ସମସ୍ତ ସାଂସଦଙ୍କ ସହମତି ଆଧାରରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଆଜି ଘୋଷଣା କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ମାର୍କେଟ ଦର ଅନୁସାରେ ସାଂସଦମାନେ କ୍ୟାଣ୍ଟିନରେ ଖାଇଲେ ଟଙ୍କା ଦେବେ ବୋଲି ଜଣାପଡ଼ିଛି।

ସଂସଦର କ୍ୟାଣ୍ଟିନ୍କୁ କେନ୍ଦ୍ର ସରକାର ବାର୍ଷିକ ୧୭ କୋଟି ଟଙ୍କାର ସବସିଡି ବା ଅନୁଦାନ ପ୍ରଦାନ କରୁଥିଲେ ଏବଂ ସାଂସଦମାନେ ରିହାତି ଦରରେ ନାମମାତ୍ର ମୂଲ୍ୟ ଦେଇ ଏଠାରେ ସବୁ ପ୍ରକାରର ଖାଦ୍ୟ ଖାଇ ପାରୁଥିଲେ ।

ପୂର୍ବରୁ ଯେତେବେଳେ ରିହାତି ମିିଳୁଥିଲା ସେତେବେଳେ ସାଂସଦମାନେ ଏହି କ୍ୟାଣ୍ଟିନ୍ରୁ ରିହାତି ଦରରେ ୫ ଟଙ୍କାରେ ଚା’ ଓ କଫି, ୬୫ ଟଙ୍କାରେ ଚିକେନ୍ ବିରିୟାନୀ, ୪୦ ଟଙ୍କାରେ ଖାସୀ ମାଂସ ତରକାରୀ ଓ ୩୦ ଟଙ୍କାରେ ସାଧାଥାଳି ଖାଇ ପାରୁଥିଲେ ।