ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀଙ୍କ ନୟାଗଡ ଗସ୍ତ କାର୍ଯ୍ୟକ୍ରମ । ଦିନ ୧୧ଟା ବେଳେ ନୟାଗଡ ଷ୍ଟାଡିୟମ ପଡିଆରେ ବିଜେଡି ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ସମାବେଶରେ ଯୋଗଦେବେ ନବୀନ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ପାଖାପାଖି ୪୦ ହଜାରରୁ ଅଧିକ ଲୋକେ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନକୁ ଆଉ ମାତ୍ର ମାସେ ବାକିଥିବା ବେଳେ ଦଳିୟ ପ୍ରଚାର ପାଇଁ ଆସୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମୀଙ୍କୁ କଣ ଗରୁମନ୍ତ୍ର ଦେବେ ତାଉପରେ ସମସ୍ତଙ୍କ ନଜର ରହିଛି ।