ଛତିଶଗଡକୁ ନିର୍ବାଚନ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ନକ୍ସଲମାନଙ୍କ ଆକ୍ରମଣରେ ଦନ୍ତେୱାଡା ଦୁରଦର୍ଶନ କେନ୍ଦ୍ରର କ୍ୟାମେରା ମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କର ମୃତ୍ୟୁ ଘଟିଛି ତାଙ୍କ ସହିତ ୨ଜଣ ପୋଲିସ ମଧ୍ୟ ଏହି ଆକ୍ରମଣରେ ସହିଦ ହୋଇଛନ୍ତି । ମୃତ କ୍ୟାମେରାମ୍ୟାନ ଓଡିଶାର ବୋଲି ଜଣାପଡିଛି । ବଲାଙ୍ଗିର ଜିଲ୍ଲା ଲୁଇସିଂଘା ବ୍ଲକର ଘୁସୁରାମୁଣ୍ଡା ଗ୍ରାମରେ ତାଙ୍କ ଘର । ସେ ୨ବର୍ଷତଳେ ବିବାହ କରିଥିଲେ । ଦୁରଦର୍ଶନରେ ଚାକିରି କରିବା ପୁର୍ବରୁ କିଛିଦିନ ପାଇଁ ସେ ସେନା ବାହୀନିରେ ମଧ୍ୟ ଚାକିରି କରିଥିଲେ ପରେ ସେ ସେଠାରୁ ସ୍ୱେଛା ମୂଳକ ଭାବେ ଅବସର ନେଇ ୨୦୧୩ରୁ ଦନ୍ତେୱାଡା ଦୁରଦର୍ଶନ କେନ୍ଦ୍ରରେ ଚାକିରି କରିଥିଲେ । ତାଙ୍କ ବିୟୋଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ଗଭୀର ଶୋକ ପ୍ରକାଶ କରିଛନ୍ତି ।