ମିଳିଥିବା ଖବର ଅନୁସାରେ, ତଥାଗତ ଆସନ୍ତା ୨୦୧୯ ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁନାହାନ୍ତି । ସେ ସାମ୍ବାଦିକତାକୁ ଅଧିକ ଗୁରୁତ୍ୱ ଦେବେ ବୋଲି ଶୁଣିବାକୁ ମିଳୁଛି । କାରଣ ସେ ଏକ ଦୈନିକ ଖବର କାଗଜର ସମ୍ପାଦନା ଦାୟିତ୍ୱରେ ଅଛନ୍ତି । ନିର୍ବାଚନ ନ ଲଢିବା ନେଇ ସେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବେ ବୋଲି ସୂଚନା ମଳିଛି ।
ସୂଚନାଯୋଗ୍ୟ କି, ବିଜେଡି ନେତା ତଥାଗତ ବର୍ତମାନ ଢେଙ୍କାନାଳ ଲୋକସଭା ଆସନରୁ ସାଂସଦ ଅଛନ୍ତି ।