Odia News Portal

କ୍ୟାବିନେଟ ବୈଠକରେ ବିଲେଇ ହେଲେ ନେତା

ଲାଇଭ କନ୍ଫରେନ୍ସରେ ବିଲେଇ ହେଲେ ପାକିସ୍ତାନୀ ନେତା । ଇମ୍ରାନ ଖାନଙ୍କ ଦଳର ସରକାର ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହି ଆସୁଛି । ଲାଇଭ କନ୍ଫରେନ୍ସରେ ଶୌକତ ବିଲେଇ ଭଳି ଦିଶୁଥିଲେ । ତାଙ୍କ ମୁଣ୍ଡରେ ବିଲେଇ ଭଳି ଦୁଇଟି କାନ ଥିଲା । ଭିଡିଓରେ କେଟ୍ ଫିଲ୍ଟର ଥିବା ଯୋଗୁଁ ଶୌକତ ଲାଇଭ କନଫରେନସିଂରେ ବିଲେଇ ଭଳି ଦିଶୁଥିଲେ । ପାକିସ୍ତାନୀ ନେତାଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଖୈବର ପ୍ରାନ୍ତର କ୍ୟାବିନେଟ ବୈଠକରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । କିନ୍ତୁ ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ କେବଳ ମଜାକ ଉଡ଼ାଇଲେ । ପାକିସ୍ତାନୀ ସାମ୍ବାଦିକ ନାୟଲା ଇନାୟତ ପ୍ରଥମେ ଏହି ଭିଡିଓ ଦେଖିଥିଲେ । ଏହାପରେ ଫେସବୁକରେ ସାମ୍ବାଦିକ ସମ୍ମିଳନୀକୁ ଲାଇଭ ଦେଖୁଥିବା ଲୋକଙ୍କ ନଜର ଏହା ଉପରେ ପଡିଥିଲା । ଏହାପରେ ଲୋକେ ମେସେଜ ଜରିଆରେ ଆଡମିନଙ୍କୁ କେଟ୍ ଫିଲ୍ଟର ବନ୍ଦ କରିବା ପାଇଁ କହିଥିଲେ ।
ଭିଡିଓ ଭାଇରାଲ ହେବାପରେ ମନସୁର ଅଲ୍ଲୀ ନାମକ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ଯେ, ଖୈବର ସରକାରଙ୍କ ସୋସିଆଲ ମିଡ଼ିଆ ଅନୁଯାୟୀ ଏବେ କ୍ୟାବିନେଟରେ ବିଲେଇକୁ ମଧ୍ୟ ସାମିଲ କରାଯାଇଛି ।

କେଟ୍ ଫିଲ୍ଟର ଏକ ପ୍ରକାର ଆପ୍ଲିକେସନ । ଲୋକେ ନିଜର ମଜାଳିଆ ଫଟୋ ଉଠାଇବା ପାଇଁ ଏହି ଆପ୍ଲିକେସନ ବ୍ୟବହାର କରିଥାନ୍ତି ।