Odia News Portal

ରୂଣ ସୁଝି ପାରୁନାହାନ୍ତି ରେଳମନ୍ତ୍ରୀ

ପୁଣିଥରେ ସୋସିଆଲ ମିଡିଆରେ ରେଳମନ୍ତ୍ରୀ ଶେଖ ରସିଦଙ୍କ ଏକ ନୂଆ ଭିଡିଓ ସହ ଭାଇରଲ ହୋଇଛନ୍ତି । ଏହି ଭିଡିଓରେ ଜଣେ ବ୍ୟକ୍ତି ପାକିସ୍ତାନୀ ସଂସଦ ଭବନ ପରିସରରେ ଶେଖ ରସିଦଙ୍କୁ କାରର ପଇସା ମାଗୁଥିବାର ଦେଖାଯାଇଛି । ସେହି ସମୟରେ ଶେଖ ରସିଦ ବ୍ୟକ୍ତି ଜଣଙ୍କୁ ଶାନ୍ତ କରାଇ ନିଜ ପିଛା ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବ୍ୟକ୍ତି ଜଣକ ନିଜ କଥାରେ ଅଡ଼ି ବସିଛନ୍ତି ।

ଏହି ସମୟରେ ସେଠାରେ କିଛି ମିଡ଼ିଆ ବ୍ୟକ୍ତି ଏହି ଘଟଣାକୁ କ୍ୟାମେରାରେ ରେକର୍ଡ଼ କରିଛନ୍ତି ।