Odia News Portal

ରାଜ୍ୟସଭାରେ ଉଠିଲା ସ୍ପେଶାଲ ଫୋକସ୍ ଷ୍ଟେଟ୍ ପ୍ରସଙ୍ଗ

ଭୁବନେଶ୍ବର () ରାଜ୍ୟସଭାରେ ଉଠିଲା ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି । ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉଠାଇ କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶାକୁ ଏହି ମାନ୍ୟତା ପ୍ରଦାନ ପାଇଁ ଦାବି କରିଥିଲେ । ନିକଟରେ ପ୍ରଳୟଙ୍କାରୀ ବାତ୍ୟା ଫନୀର ପ୍ରଭାବରେ ଓଡିଶା ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ପ୍ରାକୃତିକ ବିପର୍ଯ୍ୟୟକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନର ଅନ୍ୟତମ ମାପକାଠୀ ଭାବେ ମଧ୍ୟ ଗ୍ରହଣ କରିବାକୁ ସେ ଦାବି ରଖିଛନ୍ତି । କାରଣ ଓଡିଶା ଭଳି ଅନେକ ରାଜ୍ୟ ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେନ୍ଦ୍ର ନିକଟରେ ଏହି ଦାବି ଉପସ୍ଥାପନା କରିସାରିଥିବା ବେଳେ ସସ୍ମିତଙ୍କ ସହ ଦଳମତ ନିର୍ବିଶେଷରେ ଅନେକ ସାଂସଦ ଓଡିଶା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟ ପାଇଁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନର ମାନଦଣ୍ଡରେ ପରିବର୍ତ୍ତନ ପାଇ ଦାବି କରିଥିଲେ ।