Odia News Portal

ରାଜଧର୍ମ ଆଗରେ ବ୍ୟକ୍ତିଗତ ଆବେଗ ମୂଲ୍ୟହୀନ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ । ଦଳର ନେତା ଓ କର୍ମୀ ବନ୍ୟା ପ୍ରଭାବିତଙ୍କୁ ସହଯୋଗ କରିବେ । ଯେଉଁମାନେ ପ୍ରଭାବିତ ହୋଇଛନ୍ତି ସେମାନେ ସମସ୍ତେ ବିଜେଡି ପରିବାରର । ମୁଖିଆଙ୍କ ଏହି ନିର୍ଦ୍ଦେଶକୁ ମାନି ଘରଦ୍ୱାର ଛାଡି ଦଳର ନେତାମାନେ ବିଭିନ୍ନ ଅଂଚଳରେ ଜନସେବାରେ ଲାଗିଛନ୍ତି । ବିଜେଡିର ଏମିତି ଜଣେ ନିଷ୍ଠାବାନ ନେତା ହେଉଛନ୍ତି ଅମରେଶ ଜେନା ।

ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ଆଜି ଅମରେଶଙ୍କ ପିଉସୀ ବାସନ୍ତୀ ଭୂୟାଁଙ୍କ ଦେହାନ୍ତ ହୋଇଗଲା । ମାତ୍ର 63 ବର୍ଷ ବୟଷରେ ତାଙ୍କର ପରଲୋକ ହୋଇଗଲା । ପିଉସୀ ଅମରେଶଙ୍କୁ ବହୁତ ଭଲ ପାଉଥିଲେ। ଅମରେଶ ବି ପିଉସୀଙ୍କ ପାଖରେ ରହି ପିଲାଦିନେ ପାଠ ପଢୁଥିଲେ । ତେଣୁ ପିଉସୀଙ୍କୁ ସେ ନିଜ ମା ଭଳି ମାନୁଥିଲେ । ହେଲେ ଆଜି ସେଇ ମା ପରି ପିଉସୀଙ୍କୁ ଶେଷ ଥର ପାଇଁ ଦେଖିପାରିଲେନି ।

କାରଣ ସେ ସମୟରେ ସେ ରାଜଧର୍ମ ପାଳନ କରୁଥିଲେ । ସୁପ୍ରିମୋଙ୍କ ନିର୍ଦ୍ଦେଶରେ ବାଲେଶ୍ୱର୍ରେ ଖାଦ୍ୟ, ଅନ୍ୟାନ ସମଗ୍ରୀ ଓ ମାସ୍କ ବାଣ୍ଟୁଥିଲେ । ଅମରେଶଙ୍କ ପରି ଅନୁଗତ ଓ ନିଷ୍ଠାବାନ ସମ୍ପତ୍ତି ଦେଖିଲେ ଲାଗୁଛି କାହିଁକି ବିଜେଡି ଆଉ କେବଳ ଏକ ରାଜନୈତିକ ଦଳ ନୁହେଁ ଏକ ସଙ୍ଗଠନରେ ପରିଣତ ହୋଇଛି ।