Odia News Portal

ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରୁ ହଟିଲା ନଜରବନ୍ଦୀ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଉପରୁ ନଜରବନ୍ଦୀ ହଟିଲା । ଅଗଷ୍ଟ ୫ରୁ ସେ ୭ ମାସ ଧରି ନଜରବନ୍ଦୀ ଥିଲେ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜମ୍ମୁ କଶ୍ମୀରର ଧାରା ୩୭୦ ଉଚ୍ଛେଦ ସମୟରେ ତାଙ୍କୁ ନଜରବନ୍ଦୀ ରଖାଯାଇଥିଲା । ଫାରୁକଙ୍କ ସମେତ ତାଙ୍କ ପୁଅ ଓମାର ଅବଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କୁ ନଜର ବନ୍ଦୀ ରଖାଯାଇଥିଲା ।