ପୋଲାଭରମ ପ୍ରକଳ୍ପକୁ ନେଇ ଉଭୟ ଓଡିଶା ଓ ଛତିଶଗଡ ପୂର୍ଣ୍ଣାଙ୍ଗ ତଥ୍ୟ କୋର୍ଟରେ ଦାଖଲ କରିବା ପାଇଁ ସୁପି୍ରମକୋର୍ଟ ଏହି ଦୁଇ ରାଜ୍ୟକୁ ନିଦେ୍ର୍ଧଶ ଦେଇଛନ୍ତି ଓ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହକୁ ଏହାର ପରବର୍ତୀ ଶୁଣାଣି ହେବ ବୋଲି କହିଛନ୍ତି । ତେବେ ଏହି ପ୍ରକଳ୍ପ କାର୍ଯ୍ୟରେ ସ୍ଥଗିତାଦେଶ ଦେବା ପାଇଁ ସୁପି୍ରମକୋର୍ଟ ମନା କରିଦେଇଛନ୍ତି । ଆଜି ସୁପି୍ରମକୋର୍ଟରେ ଏ ସମ୍ପର୍କର ସୁଣାଣି ହୋଇଥିଲା । ପୋଲାଭରମ ଦ୍ୱାରା କେତେ ଅଂଚଳ ବୁଡିବ କେତେ ଲୋକ କ୍ଷତିଗ୍ରସ୍ଥ ହେବେ ସବୁ ତଥ୍ୟ ସୁପି୍ରମକୋର୍ଟକୁ ଦେବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । କୋର୍ଟ ସମସ୍ତ ତଥ୍ୟ ପାଇଲା ପରେ ରାଜ୍ୟମାନେ ଜନ ଶୁଣାଣି କରିପାରିବେ । ଛତିଶଗଡ ସରକାର ପୂର୍ବରୁ ଦେଇଥିବା ସତ୍ୟପାଠ ପରେ ପୁଣି ଏକ ସତ୍ୟ ପାଠ ଦେଇ ଓଡଶା ସରକାରଙ୍କୁ ଫାଙ୍କି ଉଡାଇ ଦେଇଛି । ଏଥିରେ ଛତିଶଗଡ କହିଛିଯେ ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡିଶାର କୌଣସି କ୍ଷତି ହେବ ନାହିଁ କିମ୍ବା ମହାନଦୀରେ ପ୍ରାକୃତିକ ଜଳ ପ୍ରଭାବ ଉପରେ ଏହାର କୌଣସି ପ୍ରଭାବ ମଧ୍ୟ ପଡିବନି । ଓଡିଶା ସରକାର ଯେଉଁ ତଥ୍ୟ ଦେଇଛନ୍ତି ତାହା ସଂମ୍ପୁର୍ଣ୍ଣ ଭୁଲ ବୋଲି ଛତିଶଗଡ ସରକାର କହିଛନ୍ତି ।