Odia News Portal

ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ() ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଏବେ ସେ ଭେଣ୍ଟିଲେଟର  ଅଛନ୍ତି । ପ୍ରଣବ ମୁଖାର୍ଜୀଙ୍କୁ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତ କିଛି ଦିନ ତଳେ ତାଙ୍କର ବ୍ରେନ୍ ସର୍ଜରୀ ହୋଇଥିଲା । ଏପରି କ୍ଷେତ୍ରରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ତାଙ୍କ ପାଇଁ ପ୍ରାର୍ଥନା ଜାରି ରହିଛି।

ଏହାସହ ସେ ଗତକାଲି ନିଜର ଟ୍ବିଟ୍‌ ଯୋଗେ ସୂଚନା ଦେଇଥିଲେ କି ସେ କରୋନାରେ ସଂକ୍ରମିତ। ସେ ଟ୍ବିଟରେ ଏହା ମଧ୍ୟ ଲେଖିଥିଲା କି, ସେ ଏକ ଅଲଗା କାରଣରୁ ହସ୍ପିଟାଲ ଯାଇଥିଲେ, ସେଠାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିଥିଲା।