Odia News Portal

ପ୍ରିନ୍ସ ଚାର୍ଲସ କରୋନାରେ ଆକ୍ରାନ୍ତ

ଲଣ୍ଡନ() ଇଂଲଣ୍ଡର ରାଜ କୁମାର ପ୍ରିନ୍ସ ଚାର୍ଲସ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ନିକଟରେ ଏକାଧିକ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ।

ପ୍ରିନ୍ସ ଚାର୍ଲସଙ୍କୁ କରୋନା ହୋଇଥିବାରୁ ତାଙ୍କ ପତ୍ନୀ କାମିଲାଙ୍କୁ ଆଇସୋଲେସନରେ ରଖାଯାଇଛି। ଉଭୟ ସ୍କଟଲ୍ୟାଣ୍ଡରରେ ଥିବା ସେମାନଙ୍କ ବ୍ରିକହଲ ବାସଭନରେ ରହିଛନ୍ତି। ସେହିପରି ସେମାନଙ୍କ ସହ କାର୍ୟ୍ୟ କରୁଥିବା ୬ ଜଣ ଅଧିକାରୀମାନଙ୍କୁ ମଧ୍ୟ ଆଇସୋଲେସନ କରାଯାଇଛି।

ରାଜ ପରିବାରର ମୁଖପାତ୍ର କହିଛନ୍ତି, ପ୍ରିନ୍ସ ଚାର୍ଲସଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ତାଙ୍କ ଶରୀରରେ ସାମାନ୍ୟ ଧରଣର କରୋନା ଲକ୍ଷଣ ରହିଛି। କିଛି ଦିନ ହେଲା ସେ ଘରେ ରହି ହିଁ କାମ କରୁଛନ୍ତି।

ପ୍ରିନ୍ସ ଚାର୍ଲସଙ୍କ ପତ୍ନୀଙ୍କ ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା। ହେଲେ ପରୀକ୍ଷା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ନିକଟରେ ଚାର୍ଲସ ମୋନାକୋ ଯୁବରାଜଙ୍କୁ ଭେଟିଥିଲେ। ମୋନାକୋ ଯୁବରାଜଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା।