Odia News Portal

ବିଜୁ ଜନତା ଦଳର ପୁରୀରେ ଜନସମ୍ପର୍କ ପଦଯାତ୍ରା

ପୁରୀ : ବିଜୁ ଜନତା ଦଳରେ ସୋସିଆଲ ସର୍ଭିସ ବା ସମାଜସେବା ଓ୍ବିଙ୍ଗ ଆରମ୍ଭ କରିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ପ୍ରତି ବର୍ଷ ଗାନ୍ଧୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଆସୁଛି। ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁ ବିଜେଡି ସରକାର ପୁଣି ଥରେ ଲୋକଙ୍କୁ ସେବା କରିବାର ସୁଯୋଗ ପାଇଛି। ଆମର ଏହି ପଦଯାତ୍ରା ଲୋକଙ୍କୁ ଭେଟିବା ପାଇଁ ଏକ ସୁଯୋଗ। ସେହିପରି କିଛି ବର୍ଷ ତଳେ ଆରମ୍ଭ ହୋଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଏକ ବଡ଼ ପରିବର୍ତ୍ତନ ଆଣିଦେଇଛି। ପୁରୀ ଜିଲ୍ଲା ବିଜୁ ଜନତା ଦଳ ପକ୍ଷୀୟରୁ ମଙ୍ଗଳବାର ୧୯ନମ୍ବର ୱାର୍ଡରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏହି ଜନସମ୍ପର୍କ ପଦଯାତ୍ରାରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ୧୯ନମ୍ବର ୱାର୍ଡର ପୂର୍ବତନ କାଉନ୍ସିଲ୍ର ପ୍ରିତମ ଜଗଦେବ, ବିଜେଡି ନଗର ସଭାପତି ଭକ୍ତ ଚରଣ ଦାସ, ବିଜେଡି ନଗର ସାଧରଣ ସମ୍ପାଦକ ଭଗବାନ ପଡ଼ି଼ହାରୀ, ୱାର୍ଡର ପୂର୍ବତନ କାଉନ୍ସିଲ୍ର ପ୍ରଦୀପ୍ତ କୁମାର ନାୟକ, ହୃଷିକେଶ ମହାପାତ୍ର, ମହିଳା ବିଜେଡିର ବିନୋଦିନୀ ଦାସ, ଅରୁଣିମା ନନ୍ଦ ଓ ଶାନ୍ତିଲତା ପ୍ରଧାନ, ଜିଲ୍ଲା ଯୁବ ସମ୍ପାଦକ ବିଜୟ ମାଝୀ, ନଗର ଯୁବ ସଭାପତି ସରୋଜ ନାୟକ, ଜିଲ୍ଲା ଛାତ୍ର ସଭାପତି ନାରାୟଣ ପ୍ରସାଦ ସିଂ, ଜିଲ୍ଲା ଛାତ୍ର କାର୍ଯ୍ୟକାରୀ ସଭାପତି ହରେକୃଷ୍ଣ ସୁଅର, ନିର୍ବାଚନ ମଣ୍ଡଳୀ ଛାତ୍ର ସଭାପତି ବିଜୟ ବିଶୋଇ, ନଗର ଛାତ୍ର ସଭାପତି ରାଜେଶ କୁମାର ରାଣ ସାମନ୍ତ ଚନ୍ଦ୍ରସେଖର ମହାବିଦ୍ୟଳର ପୂର୍ବତନ ସଭାପତି ରବି ନାରାୟଣ ନାୟକ, ଉପସଭାପତି ବିଶାଲ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ସତ୍ୟ ପ୍ରକାଶ ସେଠୀ, ରମେଶ ମିଶ୍ର, ଆଶୁତୋଷ ମହାପାତ୍ର, ଦେବାଶିଷ, ଅଫଟାଵ, ମକରା ଉପସ୍ଥିତ ଥିଲେ।

୧୯ନମ୍ବର ୱାର୍ଡର ପୂର୍ବତନ କାଉନ୍ସିଲ୍ର ପ୍ରିତମ ଜଗଦେବଙ୍କ ୱାର୍ଡରୁ ମଙ୍ଗଳବାର ଦିନ ହୋଇଥିଲା। ଏହି ଜନସମ୍ପର୍କ ପଦଯାତ୍ରା ଦମକଳ ଅଫିସ ନିକଟରୁ ବାହାରି ଦାତତୋଟା – କଲେଜେ ଚକ ପରିକ୍ରମା କରି ପୂର୍ଣ୍ର ଦମକଳ ଅଫିସ ନିକଟରେ ଶେଷ ହୋଇଥିଲା ।