ପୁରୀ : ବାତ୍ୟା ଫନି ସହାୟତା କୁ ନେଇ ଏବେ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଦଳୀୟ ଭିତିରେ ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର । ଏଥିନେଇ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ହଜାର ହଜାର ଫନି କ୍ଷତିଗ୍ରସ୍ଥଙ୍କ ଭିଡ ଜମିଥିବା ବେଳେ ଜିଲ୍ଲାପାଳଙ୍କୁ ଦେଖାକରି ଅଭିଯୋଗ ଜଣାଇଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।
ପୁରୀ ଜିଲ୍ଲାରେ ଫନି ଘରଭଙ୍ଗା ସହାୟତାରେ ପାତର ଅନ୍ତର କରାଯାଇଛି । ପ୍ରଳୟଙ୍କରୀ ବାତ୍ୟା ଫନିକୁ 6ମାସ ବିତି ଯାଇଥିଲେ ସୁଦ୍ଧା ଜିଲ୍ଲାର ଗରିବ ଓ ଯୋଗ୍ୟ ହିତାଧିକାରୀ ଘରଭଙ୍ଗା ଆର୍ଥିକ ସହାୟତା ପାଇବାରୁ ବଂଚିତ ହୋଇଛନ୍ତି । ଦଳୀୟ ଭିତିରେ ଘରଭଙ୍ଗା ସହାୟତା ଦିଆଯାଇଥିବା ବିଜେପି ଅଭିଯୋଗ ଆଣିଛି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡ଼ଃସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ।
ଘରଭଙ୍ଗା ସହାୟତା ରୁ ବାଦ ପଡ଼ିଥିବା ଯୋଗ୍ୟ ଓ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ, ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ ଓ ନୂତନ ଆବେଦନକୁ ଗ୍ରହଣ କରିବାକୁ ଦାବି କରିଛି ବିଜେପି ।
ଜିଲ୍ଲାର ୩.୫ ଲକ୍ଷ ଲୋକଙ୍କ ମଧ୍ୟରୁ ୨.୭୮ ଲକ୍ଷ ଲୋକଙ୍କୁ ଘରଭଙ୍ଗା ଆର୍ଥିକ ସହାୟତା ପ୍ରଦାନ କରାଯାଇ ସାରିଛି । ମାତ୍ର ସମସ୍ତ ହିତାଧିକାରୀ ୯୫ହଜାର ଟଙ୍କା ସହାୟତା ପାଇଁ ଦାବିକରି ପୁନଃ ଆବେଦନ କରିଛନ୍ତି ଜିଆରଏସ, ଆରଆଇ ଓ ମଧ୍ୟସ୍ଥିତ ଙ୍କ ବିରୁଦ୍ଧରେ ତଦନ୍ତ କରି ଗିରଫ କରାଯିବ । ତେଣୁ ସମସ୍ତ ଯୋଗ୍ୟ ଓ ଗରିବ ହିତାଧିକାରୀ ଘରଭଙ୍ଗା ସହାୟତା ପାଇବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।
ଯୋଗ୍ୟ ହିତାଧିକାରୀଙ୍କୁ ଚି଼ହ୍ନଟ କରି ଜିଲ୍ଲା ପ୍ରଶାସନ କେବେ ଘରଭଙ୍ଗା ସହାୟତା ଯୋଗାଉଛି ତା ଉପରେ ସମସ୍ତଙ୍କ ନଜର ।
