Odia News Portal

ଡାଲିମ୍ବ ମହାପ୍ରଭୁଙ୍କୁ ଦାନ କଲେ ସଞ୍ଚିତ ଧନ

ପୁରୀ : ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ, ମହାପ୍ରଭୁ ହେଉଛନ୍ତି ବିଶ୍ୱନିଅନ୍ତା ବିଶ୍ୱର ହ୍ରତକର୍ତା ଦଇବବିଧାତା। ତାଙ୍କୁ ବା କଣ ଅଛପା ସେଥିପାଇଁ ମଣିଷ ଅସହାୟ ହେଲେ ସବୁକିଛି ତାଙ୍କରି ଉପରେ ହିଁ ଛାଡ଼ିଦେଇଥାଏ।ଠାକୁରଙ୍କ ଶରଣାପନ୍ନ ହୋଇଥାଏ ସେଭଳି ଗତକାଲି ଆମେ ବିମାନରେ ନିଆଁ ଲାଗିବା ସମୟରେ ଯାତ୍ରୀ ମାନେ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କୁ ଡାକୁଥିଲେ ଓ ନିଜକୁ ସମର୍ପିତ ବି କରିଦେଇଥିଲେ।

ସେମିତି ଏକ ଘଟଣା ଘଟିଛି ଆସହାୟ ମହିଳା ଡାଲିମ୍ବଙ୍କ କ୍ଷେତ୍ରରେ। ଆନ୍ଦ୍ର ପ୍ରଦେଶରେ ଉଠା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ରହ୍ମପୁରୁର ମୂଳବାସିନ୍ଦା ଡାଲିମ୍ବ ସାହୁ ନିଜର ସ୍ୱାମୀ ଓ ଛୋଟ ଝିଅକୁ ହରେଇବାପରେ ଅସହାୟ ହୋଇପଡିଥିଲେ। ନିଜ ଉପରୁ ଭରଷା ତୁଟିଯାଇଥିଲା ଓ ପାଗଳ ଭଳି ଏଣେ ତେଣେ ବୁଲୁଥିଲେ ଠିକ ସେତିକି ବେଳେ ଆନ୍ଦ୍ରର ଆଉ ଜଣେ ବ୍ୟକ୍ତି ତାଙ୍କୁ ଜଗନ୍ନାଥଙ୍କୁ ଡାକିବା ପାଇଁ କହିଥିଲେ।

ମହାପ୍ରଭୁଙ୍କୁ ଦେଖି ନଥିବା ଡାଲିମ୍ବ ସମର୍ପଣର ମାନଭାଵ ରଖି ମହାପ୍ରଭୁଙ୍କୁ ଡାକି ପୁଣି ନୂଆ ଜୀବନ ଆରମ୍ଭ କରିଥିଲେ। ସେଠି ଏକ ଉଠା ଦୋକାନ କରି ନିଜେ ବଞ୍ଚିବା ସହ ମହାପ୍ରଭୁଙ୍କ ଉଦେଶ୍ୟରେ ସଞ୍ଚୟ କରିଥିଲେ। ଡାଲିମ୍ବ ପୁରୀ ଆସି ଠାକୁରଙ୍କୁ ଦର୍ଶନ କରିବାସହ ନିଜର ଏହି ସଞ୍ଚିତ କରିଥିବା ଅର୍ଥକୁ ତାଙ୍କ ସ୍ୱାମୀଙ୍କ ନାମରେ ଶ୍ରୀମନ୍ଦିର କାର୍ଯ୍ୟଳୟରେ ଦାନ କରିଛନ୍ତି ଯାହାର ଦାନ ରାଶି ହେଉଛି ୩୫ହଜାର ଟଙ୍କା। ଡାଲିମ୍ବଙ୍କ ଏଭଳି କାର୍ଯ୍ୟକୁ ସବୁସ୍ତରରେ ପ୍ରଶଂସା କରାଯାଇଛି।