Odia News Portal

ଦ୍ବିତୀୟ ବିମଷ୍ଟେକ ବିପର୍ଯ୍ୟୟ ପରିଚଳନା ଅଭ୍ୟାସ କାର୍ଯ୍ୟକ୍ରମ

ପୁରୀ : ପୁରୀ ଓ କୋଣାର୍କରେ ଦ୍ବିତୀୟ ବିମଷ୍ଟେକ ବିପର୍ଯ୍ୟୟ ପରିଚଳନା ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ। 2020 ଫେବୃଆରୀରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବଳ ପୁରୀ ଓ କୋଣାର୍କରେ ଦ୍ବିତୀୟ ବିମଷ୍ଟେକ ବିପର୍ଯ୍ୟୟ ପରିଚଳନା ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବନ୍ୟା, ବାତ୍ୟା, ଭୂକମ୍ପରେ ଐତିହ୍ୟ କିର୍ତ୍ତୀରାଜିକୁ କିଭଳି ସୁରକ୍ଷିତ ରଖାଯାଇପାରିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାର ମୁକାବିଲା କିପରି କରାଯିବ ସେନେଇ ଏହି ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ତେବେ ଏହା ପୂର୍ବରୁ ପୁରୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିମଷ୍ଟେକର ୭ଟି ଦେଶ ଅଂଶ ଗ୍ରହଣ କରିଥିଲେ। ବାଂଲାଦେଶ, ଭୂଟାନ, ଭାରତ, ନେପାଳ, ଶ୍ରୀଲଙ୍କା, ମିଆଁମାର, ଥାଇ ଲାଣ୍ଡ ଏଥିରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ରୂପରେ ଏନଡିଏମ୍‌ଏର ସଦସ୍ୟ ଏମିସି ମାରବାହ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ଏଥିରେ ଓଡିଶାର ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମଧ୍ୟ ଯୋଗ ଦେଇଥିଲେ। ମୁଖ୍ୟତଃ ଓଡିଶା କିଭଳି ବାତ୍ୟା-ବନ୍ୟାକୁ ସବୁବେଳେ ସାମ୍ନା କରୁଛି ଓ ସରକାର କିପରି ଏହାର ମୁକାବିଲା କରୁଛନ୍ତି ଏସଆରସି ପ୍ରଦୀପ ଜେନା କହିଥିଲେ।ତେବେ ବିପର୍ଯ୍ୟୟ ବେଳେ ସଚେତନତା ହିଁ ଅନେକ ଦୁର୍ଘଟଣାକୁ ଏଡାଇ ହେବ ବୋଲି ଆଲୋଚନା ହୋଇଥିଲା । ସେହିପରି ପ୍ରାକୃତିକ ବିପଦ ବେଳେ ଏନଡିଆରଏଫ୍‌ ବାହିନୀ କପରି ସବୁବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ ।