Odia News Portal

ଶ୍ରୀକ୍ଷେତ୍ରରେ ପରିକ୍ରମା ମହୋତ୍ସବ ବା ପଞ୍ଚତୀର୍ଥ, ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ : ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମାର ବିଧି ଆଜି ପାଳନ କରାଯାଇଛି ଏହି ପରିକ୍ରମା ମାର୍ଗଶୀର ଶୁକ୍ଳ ପଞ୍ଚମୀରେ ଅନୁଷ୍ଠିତ ହୋଇଥାଏ । କାର୍ତ୍ତିକ ମାସ ପରେ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବଦେବୀ ମନ୍ଦିର ଦର୍ଶନ କରିବା ସହ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିଥାନ୍ତି । ଏହି ପରିକ୍ରମା ଶ୍ରୀଚୈତନ୍ୟଙ୍କ ସମୟରୁ ଆରମ୍ଭ ହୋଇଛ।  ଆଜି ବିଭିନ୍ନ ମଠରୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବାହାରି ସିଂହଦ୍ୱାରରେ ପହଞ୍ଚତ୍ଥିଲେ।

ଦିରିଆମହାବୀର, ସିଦ୍ଧମହାବୀର, ଆଲାମଚଣ୍ଡି, ଶ୍ରୀଲୋକନାଥ ପୀଠ, ସ୍ବର୍ଗଦାର, ଚକ୍ରତୀର୍ଥ ପ୍ରଭୃତି ଅଞ୍ଚଳ ପରିକ୍ରମା କରିଛନ୍ତି। ଶ୍ରଦ୍ଧାଳୁଙ୍କ ହରିନାମ ସଂକୀର୍ତ୍ତନରେ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ପଦଯାତ୍ରା ସମୟରେ ବାଟରେ ପଡୁଥିବା ବିଭିନ୍ନ ତୀର୍ଥସ୍ଥଳ ବୁଲିଥିଲେ ପଦଯାତ୍ରୀ। ଶ୍ରୀକ୍ଷେତ୍ରର ବଡ଼ଛତା ମଠ, ନେବଳ ଦାସ ମଠ, ବଡ଼ଓଡ଼ିଆ ମଠ, ହରିଦାସ ମଠ, ରାଧାକାନ୍ତ ମଠ, ସିଦ୍ଧବକୁଳ ମଠ ସମେତ ସମସ୍ତ ରାମାନନ୍ଦୀ ଓ ଗୌଡୀୟ ମଠରୁ ଏହି ପରିକ୍ରମା ବାହାରିଥିଲା।