ପୁରୀ : ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ବଳୱନ୍ତ ସିଂଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଛି। ଖରିଫ ଋତୁ ପାଇଁ ଚଳିତ ବର୍ଷ ୭୨ ହଜାର ୫୮ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଧାନସଂଗ୍ରହ ନିମନ୍ତେ ୧୮୪ ଟି ପ୍ରାଥମିକ କୃଷି ସମବାୟ ସମିତି ପଞ୍ଜିକରଣ କରିଛନ୍ତି। ଏ ପର୍ଯ୍ୟନ୍ତ ୫୩,୧୮୯ଜଣ କୃଷକ ଧନବିକ୍ରୟ ପାଇଁ ପଞ୍ଜିକରଣ କରିଥିବା ବେଳେ ୯୬ ପ୍ରତିଶତ କୃଷକମାନଙ୍କ ଆଧାର ସଂଯୋଗ ଶେଷହୋଇଛି।
ଆସନ୍ତା ଡିସେମ୍ବର ୨୦ ତାରିଖରୁ ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିବ। ବର୍ତ୍ତମାନ ପ୍ରତି କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟତା ମୁଲ୍ୟ ୧୮୧୫ଟଙ୍କା ରହିଛି। ଜିଲ୍ଲାର ୧୮୬୭ ଜଣ ଭାଗଚାଷୀ ବିକ୍ରୟ ପ୍ରକ୍ରିୟାରେ ସାମିଲ୍ ହେବା ନିମନ୍ତେ ଚିହ୍ନଟ କରାଯାଇଛି। ସମସ୍ତ ଚାଷୀ ଯେପରି ଏହି ସଂଗ୍ରହ ପ୍ରକ୍ରିୟା ରେ ସାମିଲ୍ ହୋଇ ଧାର୍ଯ୍ୟ ମୂଲ୍ୟ ପାଇବେ ଏଥି ନିମନ୍ତେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି। ଧନସଂଗ୍ରହ ପରେ ତୁରନ୍ତ ଚାଷୀ ମାନଙ୍କ ଆକାଉଣ୍ଟକୁ ପୈଠ ପ୍ରକ୍ରିୟା ଆରମ୍ଭ କରିବାକୁ ବୈଠକରେ ମତପ୍ରକାଶ ପାଇଛି। କୌଣସି ମଧ୍ୟସ୍ଥି ମାଧ୍ୟମରେ ଧାନ ବିକ୍ରୟ ନକରିବା ନିମନ୍ତେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପିପିଲି ବିଧାୟକ ଶ୍ରୀ ପ୍ରଦୀପ ମହାରଥୀ ପରାମର୍ଶ ଦେଇଥିଲେ।
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଶ୍ରୀ ଵିଶାଲ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ଦଳାଇ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ,ଯୋଗାଣ ଅଧିକାରୀ ଶ୍ରୀ ତୁଷାର କାନ୍ତି ଦେଓ ,ପ୍ରମୁଖ ଉପସ୍ଥିତ ଥିଲେ।