Odia News Portal

ପୁଣି ଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁରୀ: କାମ କରୁନି କଟକଣା। ପୁଣି ଥରେ ଭାଇରାଲ ହେଲା ଶ୍ରୀମନ୍ଦିର ଫଟୋ। ଆନନ୍ଦ ବଜାରରେ ମହାପ୍ରସାଦ ସହ ସେଲଫିର ଫଟୋ ଭାଇରାଲ। ପିଣ୍ଟୁ ମହାପାତ୍ର ନାମକ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଛନ୍ତି। ସଂପୃକ୍ତ ଯୁବକ ଜଣକ ନିଜକୁ ଜଣେ ଜ୍ୟୋତିଷ ବୋଲି ଫେସବୁକ ଆକାଉଣ୍ଟରେ ଦର୍ଶାଇଛନ୍ତି।

ତେବେ ଏହା ଅଗଷ୍ଟ ୧୯ତାରିଖରେ ପୋଷ୍ଟ ହୋଇଥିବା ଉଲ୍ଲେଖ ରହିଛି। ନିକଟରେ ଦୁଇଜଣ ଯୁବତୀ ଶ୍ରୀମନ୍ଦିର ଭିତର ଭିଡିଓ ନିଜ ଟିକଟକ ଆକାଉଣ୍ଟରେ ଭାଇରାଲ କରିଥିଲେ। ଏହି ଘଟଣାରେ ନିରାକାରପୁର ଅଞ୍ଚଳର ଯୁବତୀଙ୍କୁ ପଚରାଉଚରା କରି ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିଲା। ଶ୍ରୀମନ୍ଦିରକୁ ମୋବାଇଲ ଫୋନ ନେବା ସଂପୂର୍ଣ୍ଣ ନିଷିଦ୍ଧ ଥିବା ବେଳେ ବାରମ୍ବାର ଶ୍ରୀମନ୍ଦିର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।