Odia News Portal

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନରେ ୫-ଟି ସଚିବ

ଭୁବନେଶ୍ବର : ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସତ୍ୟବାଦୀ ସୁଆଣ୍ଡୋକୁ ଅଚାନକ ଗସ୍ତ । ସୁଆଣ୍ଡୋରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ପରିଦର୍ଶନ କରିଛନ୍ତି । ଗୋପବନ୍ଧୁଙ୍କ ଜନ୍ମସ୍ଥାନର ଉନ୍ନତିକରଣ ପାଇଁ ଏକ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।

ଉତ୍କଳମଣିଙ୍କ ଷଠିଘର ଠାରୁ ଶହେ ମିଟର ମଧ୍ୟରେ ଏକ ମ୍ୟୁଜିୟମ ନିର୍ମାଣ କରାଯିବ । ଏହାସହିତ ତାଙ୍କ ଘର ଓ ଜନ୍ମପୀଠର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରାଯିବ । ପୁରୀ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି ଗସ୍ତରେ ସାମିଲ ହୋଇଥିଲେ ।