ପୁରୀ ଟାଉନ ଥାନାର ଏଏସଆଇ ବିରଞ୍ଚି ରାଉଳ। ରବିବାର ଜଣେ ଅଭିଯୁକ୍ତଙ୍କ ନାଁ ଚାର୍ଜସିଟରୁ କାଟିବା ପାଇଁ ଲାଞ୍ଚ ନେଉଥିବାବେଳେ ଭୁବନେଶ୍ବର ଭିଜିଲାନ୍ସ ବିରଞ୍ଚି ରାଉଳଙ୍କୁ ଗିରଫ କରିଛି। ଭିଜିଲାନ୍ସ ଟିମ୍ ଖବର ନେବାରେ ଜଣାପଡ଼ିଛି ଯେ ଟାଉନ ଥାନାର ଏଏସ୍ଆଇ ବିରଞ୍ଚି ରାଉଳ ତଦନ୍ତ ଦାୟିତ୍ବ ନେଇଥିବା ଏକ ମାମଲାରେ ମାର୍କଣ୍ଡେଶ୍ବର ସାହିର ବିଜୟ ଖୁଣ୍ଟିଆଙ୍କୁ ଗିରଫ କରିବାକୁ ଧମକ ଦେଇଥିଲେ। ପ୍ରକୃତରେ ଏହି ମାମଲାରେ ବିଜୟଙ୍କର କୌଣସି ପ୍ରକାର ସମ୍ପୃକ୍ତି ନଥିବା ବେଳେ ତାଙ୍କୁ ଏହି ମାମଲାରେ ଗିରଫ କରିବାକୁ ଏଏସ୍ଆଇ ବିରଞ୍ଚି ଧମକ ଦେବାରୁ ସେ ବାଧ୍ୟ ହୋଇ ଭିଜିଲାନ୍ସ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ ।
ଏହାପରେ ଏଏସଆଇ ତାଙ୍କ ନାମ ଚାର୍ଜସିଟରୁ ହଟାଇବା ପାଇଁ ଅଭିଯୁକ୍ତ ବିଜୟଙ୍କ ଠାରୁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପରେ ଆଜି ଅଭିଯୁକ୍ତ ଜଣଙ୍କ ଲାଞ୍ଚ ଦେଉଥିବା ସମୟରେ ଭୁବନେଶ୍ବର ଭିଜିଲାନ୍ସ ପୁରୀ ଟାଉନ ଥାନା ଏଏସଆଇଙ୍କୁ ଗିରଫ କରିଛି ।