Odia News Portal

ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ନିଯୁକ୍ତି ସୁଯୋଗ

ପୁରୀ : ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧିନରେ ନିଯୁକ୍ତି ସୁଯୋଗ। ଜୁନିୟର କ୍ଲର୍କ ଓ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ରହ୍ମଗିରି ବ୍ଲକସ୍ଥିତ ମୋଟୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ସତ୍ୟବାଦୀ ବ୍ଲକ ସଦାନନ୍ଦପୁର ବିଦ୍ୟାଳୟରେ ଏହି ନିଯୁକ୍ତି ଦିଆଯିବ। ଏନେଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨୦।

କେମିତି କରିବେ ଆବେଦନ ? ପ୍ରାର୍ଥୀମାନେ ଦରଖାସ୍ତ ଫର୍ମକୁ ପୂରଣ କରି ମାର୍ଚ୍ଚ ୨୦ ସୁଦ୍ଧା ସ୍ପିଡ୍‌ ପୋଷ୍ଟ ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀ, ପୁରୀ କାର୍ଯ୍ୟାଳୟକୁ ପଠାଇବେ। ଏନେଇ ସବିଶେଷ ତଥ୍ୟ www.puri.nic.in ରେ ଉପଲବ୍ଧ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ଅଧିକ ଓ ୩୨କମ୍‌ ହୋଇଥିବା ଦରକାର। ଦରମା : ଜୁନିୟର କ୍ଲର୍କ – ୭,୧୦୦ ଟଙ୍କା, ଚତୁର୍ଥ ଶ୍ରେଣୀ କର୍ମଚାରୀ – ୬,୨୫୦ ଟଙ୍କା ପଦବୀ ସଂଖ୍ୟା : ଜୁନିୟର କ୍ଲର୍କ – ୨, ଚତୁର୍ଥ ଶ୍ରେଣୀ କର୍ମଚାରୀ – ୬ ।

ଶିକ୍ଷାଗତ ଯୋଗ୍ୟତା : ଜୁନିୟର କ୍ଲର୍କ ପ୍ରାର୍ଥୀ ଗ୍ରାଜୁଏସନ୍‌ ପାସ କରିଥିବା ସହ କମ୍ପ୍ୟୁଟରରେ ଟାଲି ଜାଣିତିବା ଦରକାର। ଏହାସହ ଇଂରାଜୀ ଓ ଓଡ଼ିଆ ଭାଷାରେ ଜ୍ଞାନ ଥିବା ଦରକାର। ଚତୁର୍ଥ ଶ୍ରେଣୀ କର୍ମଚାରୀ – ପ୍ରାର୍ଥୀ ଦଶମ ପାସ୍‌ କରିଥିବା ଦରକାର।