Odia News Portal

ମା ଦକ୍ଷିଣକାଳୀଙ୍କ ମନ୍ଦିରରେ ଦର୍ଶନ କଟକଣା

ପୁରୀ : କରୋନା ଭୂତାଣୁ ସଂକ୍ରମଣରୁ ସଚେତନତା କରାଇବା ସହ ସତ୍ୟବାଦୀରେ ଥିବା ମା ଦକ୍ଷିଣକାଳୀଙ୍କ ମନ୍ଦିରରେ ଦର୍ଶନ ପାଇଁ କଟକଣା ଲଗାଯାଇଛି। ଏ ନେଇ ଶନିବାର ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ମନ୍ଦିରରେ ଦର୍ଶନ ବନ୍ଦ କରି ଦିଆଯାଇଛି। ଏଥି ସହିତ ଭକ୍ତ ଆସି ବାହାରୁ ମାଙ୍କୁ ଦର୍ଶନ କରି ଫେରୁଛନ୍ତି।

ପୁରୀ ଜିଲ୍ଲାରେ ଥିବା ପର୍ଯ୍ୟଟନ କ୍ଷେତ୍ରରେ ପ୍ରମୁଖ ସ୍ଥାନ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଜାରିକରାଯଇଛି । କରୋନା ପାଇଁ ସାମଜିକ ଦୂରତା ରକ୍ଷା କରିବା ନିମନ୍ତେ ମାଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ବାରଣ ସହ କଟକଣା ଆରମ୍ଭ ହୋଇଛି। ମିଳିଥିବା ସୂଚାନ ଅମୁତବକ, ମନ୍ଦିରରେ ସେବାୟତ ମାନେ ନୀତିକାନ୍ତି ସାରି ମନ୍ଦିର ବନ୍ଦ ରଖିବା ପାଇଁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ନାମା ଜାରି ହୋଇଛି ।