ପୁରୀ : ସାରା ବିଶ୍ୱ ଏବେ କରୋନା ମହାମାରୀ କବଳରେ। ଚାରି ଆଡ଼େ ଆତଙ୍କର ବତା ବରଣ ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ସାରା ବିଶ୍ୱ ବାସୀଙ୍କୁ ଏହି ବିପଦ ରୁ ରକ୍ଷା କରନ୍ତୁ। ଏହି ପ୍ରାର୍ଥନା ନେଇ ସୋମବାର ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ନିକଟରେ ଦୀପ ଲାଗି କରାଯାଇଛି। ସୋମବାର ମହାପ୍ରଭୁଙ୍କ ଖସା ପଡା ନୀତି। ଏହି ପବିତ୍ର ତିଥିରେ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କ ନିକଟରେ ଦୀପ ଲଗାଇ ଏହି ମହାମାରୀ କବଳରୁ ସାରା ବିଶ୍ୱ କୁ ରକ୍ଷା ପାଇଁ ପ୍ରାର୍ଥନା କରାଯାଇଛି। ଆଗକୁ ମହାପ୍ରଭୁ ଚନ୍ଦନ ଯାତ୍ରା ଓ ରଥଯାତ୍ରା ମଧ୍ୟ ରହିଛି। ଯାହାକି କ ରୋନା ଯୋଗୁ କୀଭଳି ଅୟୋଜନ ହେବ ସେ ନେଇ ଅସଙ୍କା ପ୍ରକାଶ ପାଇଛି। ସେହିପରି ପୁରୀ ସହରରେ ଅର୍ଥନୀତି ସମ୍ପୂର୍ଣ୍ଣ ଭଶୁଡି ପଡିଛି।
ଉଠା ଦୋକାନୀଙ୍କ ଠାରୁ ଆରଂଭ କରି ଅଟୋ, ବସ, ହୋଟେଲ ଓ ଶ୍ରୀମନ୍ଦିର ସେବକମାନେ ମଧ୍ୟ କରୋନା ଯୋଗୁ ନିଜର ରୋଜ ଗାର ହରାଇ ଆର୍ଥିକ ସମସ୍ୟା ରେ ପଡିଛନ୍ତି । ଏହି ପରି ପ୍ରେକ୍ଷୀରେ ସୁରୁଖୁରୁରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ରଥଯାତ୍ରା ଓ ପୁରୀର ଅର୍ଥନୀତି ପୁନର୍ବାର ସ୍ୱାଭାବିକ ହେବା ସହ ପୂର୍ବ ଭଳୀ ପୁରୀ ସହର କୁ ଭକ୍ତଙ୍କ ଆଗମନ ଭଲ ରେ ହେଉ ଏହି ଆଶା ନେଇ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶରଣାପନ୍ନ ହେବା ଦୀପ ଲାଗି କରିଛନ୍ତି।
