ପୁରୀ : ଏପ୍ରିଲ ୨୬ତାରିଖ, ପବିତ୍ର ଅକ୍ଷୟ ତୃତୀୟା । ଆରମ୍ଭ ହେବ ରଥନିର୍ମାଣ କାର୍ଯ୍ୟ । ସେଥିପାଇଁ ଆଜି ବଡ଼ଦାଣ୍ଡରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟର ରଥକାଠ । କୋରୋନାର ଅନେକ କଟକଣା ଭିତରେ ନୟାଗଡ ବନଖଣ୍ଡରୁ ଆଜି ୪୨ ଖଣ୍ଡ ଅସନ ଓ ଧଉରା କାଠ ପହଞ୍ଚିବା ପରେ ତାକୁ ରଥଖଳାରେ ରଖାଯାଇଛି । ପବିତ୍ର ରାମ ନବମୀ ଦିନ କଟକ ଖପୁରିଆସ୍ ମିଲରେ କାଠ ଚିରଟ ଅନୁକୂଳ କରାଯାଇଛି । ଏପ୍ରିଲ ୨୬ରେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତେଣୁ କରୋନାକୁ ନେଇ ଲକ ଡାଉନ୍ ସ୍ଥିତି ଥିବାରୁ ଏନେଇ ବୈଠକ ପରେ ରଥଯାତ୍ରା କିଭଳି ହେବ, ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ତତ୍ୱବାଧାରକ ।
ସେପଟେ ରଥନିର୍ମାଣ ପାଇଁ ୮୬୫ଖଣ୍ଡ କାଠ ଆବଶ୍ୟକ । ସେଥିରୁ ୧୯୩ କାଠ ବଳକା ରହିଛି । ମୋଟ ୬୭୨ ଖଣ୍ଡ କାଠରୁ ପୂବରୁ ୧୭୫ ଖଣ୍ଡ କାଠ ଆସିଛି । ନୟାଗଡ ବନଖଣ୍ଡରୁ ୪୨ ଖଣ୍ଡ କାଠରୁ ଧଉରା ୧୨ଫୁଟିଆ ୧୧ଟି, ଅସନ ୨୦ଫୁଟିଆ ୫ଟି, ଧଉରା ୨୦ଫୁଟିଆ ୨୬ଟି କାଠ ଆସିଛି । ପଞ୍ଚମ ପର୍ଯ୍ୟାୟ ପର୍ଯ୍ୟନ୍ତ ମୋଟ ଆସିଛି ୧୭୫ ଖଣ୍ଡ କାଠ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ।