ପୁରୀ : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହିଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ରହିଥାଏ । ବିଭିନ୍ନ ଯାଗା ଆଖାଡାରେ ଭାଙ୍ଗ ପଣା ସହ କୁସ୍ତିର ଶିକ୍ଷା ଦିଆଯାଇଥାଏ ।
ମାତ୍ର କରୋନାକୁ ନେଇ ଏବେ ସାରାଦେଶରେ ଲକ୍ ଡାଉନ ସ୍ଥିତି ଜାରି ରହିଛି । ସେଥିପାଇଁ ଚଳିତବର୍ଷ ଶ୍ରୀମନ୍ଦିରରେ ଏହି ପର୍ବ ଫିକା ପଡିଛି ।