ପୁରୀ : କରୋନା ମହାମାରୀ କୁ ନେଇ ଏବେ ସାରା ରାଜ୍ୟରେ କିଛିଟା ମାନ୍ଦାବସ୍ଥା ଦେଖା ଦେଇଛି । ଏପରି ସ୍ଥିତିରେ ବିଭିନ୍ନ ବ୍ୟାଙ୍କ ମାନଙ୍କରେ ଥିବା ଜମା ଖାତାରୁ ସରକାର ଟଙ୍କା ନେଇ ଯିବା ଭଳି ଗୋପ ଅଞ୍ଚଳରେ ଗୁଜବ ପ୍ରଚାରିତ ହୋଇଛି। ଏପରି ଗୁଜବ ହେବା ପରେ ଆଜି ଶହ ଶହ ଜମାକାରୀ ମାନେ ଗୋପର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ଭୀଡ ଜମିଥିଲା। ଏପରି ପରିସ୍ଥିତି ଉପୁଜିଥିବା ଅଭିଯୋଗ ଆସିବା ପରେ ଗୋପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶହ ଶହ ଜମାକାରୀ ମାନଙ୍କୁ ବୁଝା ସୁଜା କରିବା ସହ ସାମାଜିକ ଦୂରତା ବଜାଇ ରଖିବା ଲାଗି କହିଥିଲା ।
ଅଧିକାଂଶ ଜମାକାରୀଙ୍କ ମଧ୍ୟରେ ଅଧିକ ମହିଳା ମାନେ ଥିବା ଦେଖିବାକୁ ମିଳିଥିଲା। ପୋଲିସ ବ୍ୟାଙ୍କ ନିକଟରେ ଉପସ୍ଥିତ ରହିବା ମଧ୍ୟ ଦେଖିବାକୁ ମିଳିଥିଲା । ଜମା ଖାତାରୁ ଟଙ୍କା ଉଠାଇବା ଲାଗି ଆସିଥିବା ରଞନା ସାହୁ, ଶଙ୍ଖ ଲତା ବେହେରା, ପ୍ରମୋଦିନି ମୁଦୁଲିଙ୍କୁ ପଚାରିବାରେ ଟଙ୍କା ପଳାଇବା କଥା ଶୁଣିବା ପରେ ଟଙ୍କା ନେବାକୁ ଆସିଛୁ। ଆମର ତ ଅଳ୍ପ ଟଙ୍କା ଅଛି ନ ନେଲେ କେମିତି ଚଳିବୁ ବୋଲି କହିଥିଲେ । ଏ ସଂପର୍କରେ ବ୍ୟାଙ୍କ ଶାଖା ପରିଚାଳକ ମତାମତ ଦେବାକୁ ମନା କରିଥିବା ବେଳେ ଜମାକାରୀ ଙ୍କ ଟଙ୍କା ଅଛି। ସେମାନେ ତାଙ୍କ ଟଙ୍କା ନେଉଛନ୍ତି ବୋଲି କହିଥିଲେ ।