Odia News Portal

ମହାପ୍ରଭୁଙ୍କ ପାଖରେ ପହଞ୍ଚାଇଲେ ତୁଳସୀ

ପୁରୀ : କରୋନା ମହାମାରୀକୁ ନେଇ ଲକ ଡାଉନ ଯୋଗୁଁ ଭକ୍ତ ଟିଏ ଭଗବାନଙ୍କୁ ଦେଖିପାରୁନି । ହେଲେ ଲୀଳାମୟ ଠାକୁର କାଳିଆ ସାଆନ୍ତଙ୍କ ଲୀଳା ଅପରମ୍ପାର । ଲକ ଡାଉନ ଅନ୍ତରାୟ ହୋଇପାରିନି ଭକ୍ତ ଓ  ଭଗବାନଙ୍କ ମଧ୍ୟରେ । ସୁଦୁର ଭୁବନେଶ୍ୱରରୁ ଏକ କାରରେ ତୁଳଶୀ ବାବା ଦୈନିନ୍ଦିନ ଖାଲି ତୁଳସୀ ନୁହେଁ ଫୁଲ, ଦୟଣା, ଟଗର, ଚମ୍ପା, ସୁଗନ୍ଧରାଜ, ଗୋଲାପ ସହିତ ଅନେକ ସୁଗନ୍ଧିତପୁଷ୍ପକୁ ଅନେକ ଭକ୍ତଙ୍କ ଠାରୁ ଆଣି ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଦେଉଛନ୍ତି ।

ତେବେ ମହାପ୍ରଭୁ ତାଙ୍କର ଲୀଳା ସେ ନିଜେ କରୁଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଫଳ, ପୁଷ୍ପ, ତୁଳସୀ ସେବାରେ ଉତ୍ସର୍ଗୀକୃତ ଲେଖି ନିଜକୁ ମହାପ୍ରୁଭୁଙ୍କୁ ସମର୍ପିତ କରିଛନ୍ତି । ନ ହେଲେ ଲକ ଡାଉନ ସମୟରେ କାଳିଆ ସେବାରେ ନିଜକୁ ସାମିଲ କରିବା ଭାଗ୍ୟର କଥା ବୋଲି କହିଛନ୍ତି ତୁଳସୀ ବାବା ।