ପୁରୀ : ଜୁନ୍ ୨୩ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ମହାମାରୀ କରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଜୋରଦାର ଚାଲିଛି। ବର୍ତ୍ତମାନ ସୁଦ୍ଧା ୪୦ ଟି ତୁମ୍ବର ସମସ୍ତ କାର୍ଯ୍ୟ ସରିଛି । ବାକି ଦୁଇଟି ତୁମ୍ବର ବିନ୍ଧ କାର୍ଯ୍ୟ ଚାଲିଛି । ଓରା ବିନ୍ଧ କରାଯାଇ ସାରିଛି । ପୋଟଳ ଓରା , ପୋଟଳ ପାରେଣି ତିଆରି ସରିଛି । ୮ଟି ଭୂଇଁ ଖମ୍ବି ମଧ୍ୟ ତିଆରି ସରିଛି ।
୬ଟି ଚକ କାଲି ଅଖ ସଂଯୁକ୍ତ ହୋଇଥିଲା , ଆଉ ୯ଟି ଚକ କାର୍ଯ୍ୟ ଶେଷ ହୋଇଛି। ଆସନ୍ତାକାଲି ଅନ୍ୟ ଚକଗୁଡିକର କାର୍ଯ୍ୟ କରାଯିବ। ରଥ ନିର୍ମାଣ ଆରମ୍ଭ ଦିନ ଠାରୁ ନିତ୍ୟ ନୈମିତ୍ତିକ ଭାବେ ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସଂପୃକ୍ତ ସମସ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି । ସମସ୍ତ ସେବକ ସୁସ୍ଥ ଅଛନ୍ତି।
