ପୁରୀ : ଶୀତଳ ଷଷ୍ଠୀ ଅବସରରେ ସମସ୍ଥ ଚକ ଓ ଅଖକୁ ଡେ଼ରାଯିବାର ଵିଧି ରହିଥିବା ବେଳେ ପନ୍ତି ଭୋଗ ଅନୁଷ୍ଠିତ କରାଯାଇ ସମସ୍ଥ ଚକ ସହ ଅଖକୁ ସଂଯୋଗ କରାଯିବ । ଶୀତଳ ଷଷ୍ଠୀରେ ରଥ ଖଳାରେ ପନ୍ତି ଭୋଗ ନୀତି ପରେ ଚକ ଡେରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ପନ୍ତି ଭୋଗ ହେବା ନହେବା ନେଇ ଅନିଶ୍ଚିତତା ରହିଥିବା ସତ୍ୱେ ମଧ୍ୟ ଚକଅଖ ଡେରା ନୀତି କରାଯିବ ବୋଲି ମହାରଣା ମାନେ କହିଛନ୍ତି । ଅନ୍ୟପଟେ ଗତକାଲି ଠାରୁ ଆରମ୍ଭ ହୋଇଛି ଦଇତାପତି ମାନଙ୍କ କୋଭିଡ ଟେଷ୍ଟ ।
ପ୍ରାଥମିକ ପର୍ଯ୍ୟାୟ ରେ ୭୫ ଜଣ ଦଇତାପତିଙ୍କ ସ୍ୱାବ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିବା ବେଳେ ଆଜି ବଳକା ୭୫ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ଦଇତାପତିଙ୍କ ପରେ ସ୍ନାନ ଯାତ୍ରା ରେ ନିୟୋଜିତ ଅନ୍ୟାନ୍ୟ ନିଯୋଗର ସେବାୟତଙ୍କ ମଧ୍ୟ କୋଭିଡ ୧୯ ପାଇଁ ସ୍ୱାବ ନମୁନା ସଂଗ୍ରହ କରାଯିବ । ସେନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ, କୋଭିଡ ଟେଷ୍ଟ କରାଯାଉଥିବା କୋଠରୀ କୁ ସାନିଟାଇଜ କରାଯାଇଥିଲା l ତେବେ ସ୍ନାନ ଯାତ୍ରା ରେ ନିୟୋଜିତ ହେବାକୁ ଥିବା ନିଯୋଗ ମାନଙ୍କ ମଧ୍ୟରୁ ଆଜି ଘଣ୍ଟୁଆ ନିଯୋଗ ପକ୍ଷରୁ ୨୫ ଜଣିଆ ସେବାୟତଙ୍କ ତାଲିକା ଦିଆଯାଇଛି । ଶ୍ରୀଜିଉଙ୍କର ରଥ ନିର୍ମାଣର ଚାଲିଛି ଦ୍ବିତୀୟ ପର୍ଯ୍ୟାୟ କାମ।
କୋଣ ଗୁଜ ସହ ରଥର ଦଣ୍ଡାକୁ ମହାରଣାମାନେ ଯୋଡିସାରିଲେଣୀ । ଦଣ୍ଡା ଗୁଡିକ ଯୋଡା ଯିବା ସହ ଗୁଜ ଖଂଜା ଯିବା ପରେ ଗୟଳ ଭିଡା ଯିବ ତାପରେ ଦଣ୍ଡା ପଡିବ । ସେପଟେ ରୁପକାର ସେବାୟତମାନେ କୋଣ ଗୁଜ କାମ ସାରିଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ପଟ୍ଟାଗୁଜ। ପାଗ ଅନୁକୁଳ ଥିବାରୁ ସ୍ନାନ ପୁଣ୍ଣିମା ତିଥିରେ ତିନି ରଥର ଚାରି ନାହାକା ଉଠିବାର ପରମ୍ପରା ରହିଥିବାରୁ ଜୋର ସୋରରେ ଆଗେଇ ଚାଲିଛି ରଥକାର୍ଯ୍ୟ।