Odia News Portal

ପୁରୀରେ ୪୯୦୫ ଜଣଙ୍କ କୋଭିଡ ଟେଷ୍ଟ, ସଂକ୍ରମିତଙ୍କ ସଂଖ୍ୟା ୮୬

ପୁରୀ : ପୁରୀରୁ ଶୁକ୍ରବାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮୬ରେ ପହଞ୍ଚିଛି। ମିଳିଥିବା ସୂଚନା ମୁତାବକ, କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲାରେ ୭୨୦ ଟି କ୍ଵାରେନଟାଇନ ସେଣ୍ଟର ମାଧ୍ୟମରେ ୨୭ ହଜାର ବେଡ଼ର ସୁବିଧା କରାଯାଇଛି । ଏହି କେନ୍ଦ୍ର ଗୁଡିକରେ ରାଜ୍ୟ ବାହାରୁ ଏଯାଏଁ ୧୧୯୪୨ ଜଣ ଆସି ସଙ୍ଗରୋଧରେ ରହିଥିବା ବେଳେ ୬୮୦୦ ଜଣ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ ୪୯୦୫ ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିବା ବେଳେ ୮୭ ଜଣଙ୍କ ପଜେଟିଭ କେଶ ରହିଛି ।

ତେବେ ଏଥିରୁ ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ଏବେ ମାତ୍ର ୫୪ ଜଣ କରୋନା ପଜେଟିଭ ରହିଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ସମ୍ପୂର୍ଣ ନିୟନ୍ତ୍ରଣ ରେ ଅଛି ଓ ଆଗକୁ ଏନେଇ ଜିଲ୍ଲାରେ ଅଧିକ ଗଠନ ମୂଳକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।