Odia News Portal

ଜନ୍ମବେଦୀ ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ

ପୁରୀ : ଆଜି ପବିତ୍ର ବାହୁଡ଼ା ଯାତ୍ରା। ଜନ୍ମବେଦୀ ଛାଡ଼ି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ। ଶ୍ରୀଜିଉମାନଙ୍କୁ ନେବା ପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷା କରିଛନ୍ତି ତିନି ରଥ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା ବି ବିନା ଭକ୍ତରେ ସମାପନ ହେବ।

ସୂଚନା ଥାଉକି, ଏନେଇ ଭୋର ୪ଟାରୁ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ମଙ୍ଗଳ ଆଳତି, ତଡ଼ପ ଲାଗି, ମଇଲମ, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ସକାଳ ଧୂପ ଆଦି ନୀତିକାନ୍ତି ଶେଷ ହୋଇଯାଇଥିବା ବେଳେ ସକାଳ ୮ଟାରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି।

ଏହା ପରେ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ଛେରା ପହଁରା ନୀତି ହେବ। ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ହେବ। କେବଳ ଯେଉଁ ସେବାୟତମାନଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବ, ସେହିମାନେ ରଥ ଟାଣିପାରିବେ। ସୁରକ୍ଷା ଦୃଷ୍ଟିରୁ ପୁରୀରେ ୭୦ ପ୍ଲାଟୁନ୍‌ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।