Odia News Portal

ଚାଲିଛି କାଳିଆ ଠାକୁରଙ୍କ ନୀଳାଦ୍ରି ବିଜେ ନୀତି

ପୁରୀ : ଶ୍ରୀକ୍ଷେତ୍ରରେ ଚାଲିଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି । ୧୨ଦିନର ଲୀଳାଖେଳା ପରେ ଆଜି ଶ୍ରୀମନ୍ଦିରକୁ ଫେରିଯିବେ ମହାବାହୁ। ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରିବେ। ନୀଳାଦ୍ରିବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିିର୍ଘଣ୍ଟ ସ୍ଥିର କରିଛନ୍ତି। ସକାଳୁ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଅପରାହ୍‌ଣ ୪ଟାରୁ ପହଣ୍ଡି ଆରମ୍ଭ ହୋଇଛି।

ରାତି ୧୦ଟା ସୁଦ୍ଧା ପହଣ୍ଡି ସାରିବା ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଖୁଆଇ ମହାପ୍ରଭୁ ଜଗନ୍ନାଥ ମାନଭଞ୍ଜନ କରିବେ। ଆଜି ବିଳମ୍ବିତ ରାତିରେ ନୀତି ସମାପନ ପରେ ଆସନ୍ତାକାଲିର ନୀତି ଆରମ୍ଭ ହେବ।