କୋଣାର୍କ : ପୁରୀ ଜ଼ିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ବୁଧ ବାରେ ରାଜସ୍ୱ ବିଭାଗ ଓ ଏନେସି କତୃପକ୍ଷଙ୍କ ପକ୍ଷରୁ କୋଣାର୍କ ସୋନ୍ଦର୍ଯ୍ୟକରଣ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯାୟରେ ସରକାରୀ ଜମିକୁ ଜବର ଦଖଲ କରି ଘର ଓ ଵେବସାୟି ପ୍ରତିଷ୍ଠାନ ଗଢ଼ିଥିବା ଲୋକଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ଥାନୀୟ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଓ କୋଣାର୍କ ଏନେ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ସ୍ଥିତି ଅନୁଧ୍ୟାନ ପ୍ରକ୍ରିୟାରେ କୋଣାର୍କ ରାଜସ୍ୱ ନିରୀକ୍ଷକ ସତ୍ୟବାଦୀ ଚିନିରା ଓ କୋଣାର୍କ ଏନସି ଗୋଷ୍ଠୀର ସଂଘଟୀକା ଶୁଭଲଷ୍ମୀ ହୋତାଙ୍କ ସମେତ ଏନେସି ଓ ରାଜ୍ଵସ ବିଭାଗର କର୍ମକର୍ତା ମାନେ ସାମିଲ ରହିଛନ୍ତି କୋଣାର୍କ ଲାବଣ୍ୟ ଛକରୁ ଏହି ସ୍ଥିତି ଅନୁଧ୍ୟାନ ପ୍ରକ୍ରିୟା ଆରମ୍ଭ ହୋଇଛି।
ପ୍ରଥମ ଦିନରେ ଏକାଧିକ ବାସଗୃହ ଓ ଵେବସାୟିକ ପ୍ରତିଷ୍ଠାନ ସରକାରୀ ଜମିରେ ଥିବା ସୂଚନା ମିଳିଛି। ଫଳରେ ଉକ୍ତ ଜମିରେ ଥିବା ଲୋକମାନେ ଏକ ପ୍ରକାର ବିସ୍ଥାପିତ ହେବାର ଆଶଙ୍କା ସୃଷ୍ଟି ହେଉଛି। ସୂଚନା ଯୋଗ୍ୟ କି ଜୁଲାଇ ୩୧ ତାରିଖରେ ପୁରୀ ଜିଲ୍ଲାପାଳଙ୍କ ସମେତ ପର୍ଯ୍ୟଟନ ବିଭାଗ, ରାଜସ୍ୱ ବିଭାଗର ଅଧିକାରୀ ଓ ବରିଷ୍ଠ ଅଧିକାରୀ ମାନେ କୋଣାର୍କ ପରିଦର୍ଶନ କରି କୋଣାର୍କ ସ୍ୱର୍ନ୍ଦ୍ୱରଯ୍ୟ କରଣ ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କରିଥିଲେ। ଚଳିତ ମାସ ୬ ତାରିଖରେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କକୁ ମୁଖ୍ୟ ଆକର୍ଷଣ ଭାବେ ଗଢି ତୋଳିବା ପାଇଁ ଅବଶେକ ହେଇ ଥିବା ଭିତିଭୂମିର ବିକାଶ ସହିତ ସ୍ୱନ୍ଦର୍ଯ୍ୟକରଣ କାର୍ଯ୍ୟରେ ତ୍ୱରାନ୍ୱିତ ଅଗ୍ରଗତି ପାଇଁ ଓଡିଶା ବ୍ରିଜ଼ କନ୍ଷ୍ଟ୍ରକ୍ସନ କାର୍ପରେସନ (ଓ.ବି.ସି.ସି)ର ଉଚସ୍ତରିୟ ଅଧିକାରୀ ମାନେ କୋଣାର୍କରେ ପଂହଁଚିକି ସ୍ୱନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ଅବଶେକ ଭିତିଭୂମି ଓ ଉନୟନାମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।