ପୁରୀ : ଭିଜିଲାନ୍ସ କବଜାରେ ଗ୍ରାମ୍ୟ ରୋଜଗାର ସେବକ। ଛଇତନାର ଗ୍ରାମ୍ୟ ରୋଜଗାର ସେବକ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି ।
ଗ୍ରାମ୍ୟ ରୋଜଗାର ସେବକ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ବାସଭବନ ସମେତ ଅଫିସ୍, କ୍ଲିନିକ୍ ଆଦି ୬ଟି ସ୍ଥାନରେ ଚଢାଉ କରାଯାଇଛି । ପେଣ୍ଠକଟାରେ ଥିବା ୨ଟି ଘର ଛାଇତନାରେ ଥିବା ଗୋଟିଏ ଘର, ଅନ୍ୟ ଏକ ଭଡାଘର, ଅଫିସ୍, କ୍ଲିନିକ୍ ଉପରେ ଚଢାଉ କରିଛି ଭିଜିଲାନ୍ସ।