Odia News Portal

ପୁରୀ ଜାହାନିଆ ପୀଠରେ ସମୁଦ୍ରରେ ବୁଡ଼ି ୩ ଛାତ୍ର ମୃତ, ୨ ଗୁରୁତର

ପୁରୀ: ଅସ୍ତରଙ୍ଗ ଜାହାନିଆ ସମୁଦ୍ରରେ ଅଘଟଣ ଘଟିଛି । ଗାଧୋଇବା ବେଳେ ପାଣିରେ ବୁଡିଗଲେ ୪ଜଣ ଇଞ୍ଜିନିୟରିଙ୍ଗ୍ ଛାତ୍ର । ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଅଗ୍ନିଶମବାହିନୀ ଉଦ୍ଧାର କରିଥିବାବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ଜଣେ ଛାତ୍ର ନିଖୋଜ ଅଛନ୍ତି। ମୃତ ୨ଛାତ୍ର ହେଲେ ଅମିତ ପ୍ରଧାନ ଏବଂ ଅବିନାଶ ପ୍ରଧାନ।

୨ଜଣ ଛାତ୍ର ସିଲିକନ୍ ଇଞ୍ଜିନିୟରିଙ୍ଗ୍ କଲେଜରେ ପଢ଼ୁଥିଲେ।ନିଖୋଜ ଛାତ୍ରଙ୍କୁ ଖୋଜିବାରେ ଲାଗିଛି ଅଗ୍ନିଶମ ବାହିନୀ।