Odia News Portal

ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ : ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁ ବୁଡ଼ ପକାଇବା ସହ ସୂର‌୍ୟ୍ୟ ଦର୍ଶନ କରିଛନ୍ତି। ବିଶ୍ୱାସ ରହିଛି, ଏହି ଦିନ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ କୃଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗାରେ ବୁଡ଼ ପରାଇଥିଲେ। ୨୭ ଦିନ ଏଠାରେ ସୂର‌୍ୟ୍ୟଙ୍କୁ ଆରାଧନା କରିବା ପରେ ସେ ଆରୋଗ୍ୟ ଲାଭ କରିଥିଲେ। ଏହି ବିଶ୍ୱାସ ନେଇ ପ୍ରତିବର୍ଷ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇ ଥାଆନ୍ତି।

ଏଥିପାଇଁ ତୀର୍ଥ ପୁଷ୍କରିଣୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି। ସୁରକ୍ଷା ଦାୟିତ୍ୱରେ ୪ ଜଣ ଏଏସ୍ପି, ୧୪ ଜଣ ଡିଏସପି ଥିବା ବେଳେ ମୁତୟନ ହୋଇଛନ୍ତି ୩୦ ପ୍ଲାଟୁନ୍ ଫୋର୍ସ।

ଏପଟେ ଆସନ୍ତାକାଲିଠୁ ଆରମ୍ଭ ହେବ ଖଣ୍ଡଗିରି ମେଳା। ଏଥିପାଇଁ ଖଣ୍ଡଗିରି ପାଦ ଦେଶରେ ସାଧୁସନ୍ଥଙ୍କ ଭିଡ଼ ଜମିଲାଣି।