Odia News Portal

ତାଳବଣିଆ ପୋଲିସର ଏନକାଉଣ୍ଟର : ଗୁଡୁ ଆହତ

ପୁରୀ : ପୁରୀରେ ତାଳବଣିଆ ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ଅପରାଧୀ ରଶ୍ମି ରଞ୍ଜନ ପଣ୍ଡା ଓରଫ ଗୁଡୁ ଆହତ ହୋଇଛି । ଗୁଡୁର ୨ଟି ଯାକ ଗୋଡରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯ।ଇଛି । ଗତକାଲି ରାତିରେ କୁମିଟିପାଟଣାର ରାକେଶ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସିଦ୍ଧ ମହାବୀର ଛକରେ ଗୁଳିମାଡ଼ କରିଥିଲା ଗୁଡୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ କରିଥିବା ନେଇ ପୋଲିସ ସୂଚନା ଦେଇଛି ।