Odia News Portal

ଆଜି ବସୁଛି ପ୍ରଥମ ସମନ୍ଵୟ କମିଟି ବୈଠକ

ପୁରୀ : ଆସନ୍ତା ଜୁଲାଇ ୪ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ନେଇ ଆଜି ବସୁଛି ପ୍ରଥମ ସମନ୍ଵୟ କମିଟି ବୈଠକ। ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆରଡିସିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପୋଲିସ ପ୍ରଶାସନ କଣ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବେ। ଜିଲ୍ଲାପାଳ, ଏସ୍‌ପି, ବିଭିନ୍ନ ବିଭାଗର ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ, ସେବାୟତ ପ୍ରତିନିଧି ଓ ବୁଦ୍ଧିଜୀବୀ ବୈଠକରେ ଉପସ୍ଥିତ ରହିବେ।