ପୁରୀ : ବାତ୍ୟା ଫନି ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ । ସମୁଦ୍ରକୂଳ ପେଣ୍ଠକଟା ମତ୍ସ୍ୟଜୀବୀ ବସ୍ତି, ଚନ୍ଦ୍ରଭାଗା, ଅସ୍ତରଙ୍ଗ ଓ କୃଷ୍ଣପ୍ରସାଦ ବସ୍ତିବାସିନ୍ଦାଙ୍କୁ ଆବଶ୍ୟକ ସ୍ଥଳେ ବାତ୍ୟା ଆଶ୍ରୟ ସ୍ଥଳୀମାନଙ୍କୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ।
ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଓ ପ୍ରାଣୀଧନ ବିଭାଗକୁ ବିଶେଷଭାବେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିଶମ ବିଭାଗ, ଓଡ୍ରାଫ, ଏନଡିଆରଏଫ, ଲାଇଫଗାର୍ଡଙ୍କୁ ସଜାଗ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ସେହିପରି ପୁରୀରେ ରହୁଥିବା ପର୍ଯ୍ୟଟକମାନେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ପୁରୀ ଛାଡିବା ପାଇଁ କୁହାଯାଇଛି । ପ୍ରଭାବିତ ଜିଲ୍ଲାରେ ଆସନ୍ତା ୩ ଓ ୪ ତାରିଖରେ ଅନାବଶ୍ୟକ ଯାତ୍ରା ବାତିଲ ହୋଇପାରେ ବୋଲି ଏସ୍ଆରସି ସୂଚନା ଦେଇଛନ୍ତି ।